ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ଆଜି ପୁଣି ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୪୯୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି ।
Another 62 #Covid19 patients have recovered and are being discharged.
41 are from Ganjam,
15 from Balasore,
2 from Rourkela and
1 each from Bhadrak, Mayurbhanj, Jajpur and Maharashtra (other State patient in our hospital).— H & FW Dept Odisha (@HFWOdisha) May 23, 2020
ସୁସ୍ଥ ହୋଇ ଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମର ରହିଛନ୍ତି । ସେହିପରି ବାଲେଶ୍ୱରରୁ ୧୫ ଜଣ,ରାଉରକେଲାରୁ ୨ ଜଣ ଏବଂ ଭଦ୍ରକ, ମୟୁରଭଞ୍ଜ ଏବଂ ଯାଜପୁରରୁ ଜଣେ ଲେଖାଁଏ । ଏହାସହିତ ଅନ୍ୟ ରାଜ୍ୟ ତଥା ମହାରାଷ୍ଟ୍ରରୁ ଆସିଥିବା ଜଣେ କରୋନା ରୋଗୀ ବି ସୁସ୍ଥ ହୋଇଥିବା ସୂଚନା ମିଳିଛି ।