ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରେ ପ୍ରତ୍ୟେକ ଦିନ କିଛି ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଆଜି ବି ରାଜ୍ୟ ପୁଣି ୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରିଦିଆ ଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 65 #Covid19 patients have recovered and are being discharged.
14 are from Ganjam
10 each from Jagatsinghpur & Kendrapara
8 from Bhadrak
7 from Keonjhar
6 from Bolangir
3 from Khurda
2 each from Balasore & Jajpur and
1 each from Dhenkanal, Jharsuguda & Kandhamal.— H & FW Dept Odisha (@HFWOdisha) June 4, 2020
ଆଜି ସୁସ୍ଥ ହୋଇଥିବା ନୂତନ ୬୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୧୪ ଜଣ, ଜଗତସିଂହପୁରର ୧୦ ଜଣ, କେନ୍ଦ୍ରପଡାର ୧୦ ଜଣ, ଭଦ୍ରକର ୮ ଜଣ, କେନ୍ଦୁଝରର ୭ ଜଣ, ବଲାଙ୍ଗିରର ୬ ଜଣ,ଖୋର୍ଦ୍ଧାର ୩ ଜଣ, ବାଲେଶ୍ୱରର ୨ ଜଣ, ଯାଜପୁରର ୨ ଜଣ ଏବଂ ଢେଙ୍କାନାଳ, ଛାରସୁଗୁଡା, କନ୍ଧମାଳର ଜଣେ ଲେଖାଁଏ ରହିଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪୮୧ ଜଣ ସୁସ୍ଥ ହୋଇ ସାରିଲେଣି ।