ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଉଦ୍ଧ୍ୱର୍ ଓ ୪୫ ବର୍ଷ ରୁ ୫୯ ବର୍ଷ ରୁ ଲୋକ ଓ ବହୁବିଧ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଟିକା ଦିଆଯାଇଛି ।
ଆଗାମୀ ଦିନରେ ଏହି ଟିକାକରଣକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ୯ ଲକ୍ଷରୁ ଉଦ୍ଧ୍ୱର୍ କୋଭାଶିଲ୍ଡ ଟିକା ପଠାଇଛନ୍ତି । ଏହାକୁ ନେଇ ଖୁବ ଶୀଘ୍ର ଟିକାକରଣ କରାଯିବ ବୋଲି ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ।
ସେହିପରି ଓଡିଶାକୁ ୭ ଟି ପର୍ଯ୍ୟାୟୋ ୨୫ ଲକ୍ଷ ଟିକା ଆସି ପହଞ୍ଚିଛି । ଜାନୁଆରୀ ୧୨ରେ ପ୍ରଥମ ପର୍ୟ୍ୟାୟ ଟିକାକରଣ ଲାଗି ୪୦ ହଜାର ୮୦୦ କୋଭିସିଲ୍ଡ ଭାଏଲ୍ ଟିକା ଆସିଥିବାବେଳେ ଏହାପରେ ୫ଟି ପର୍ୟ୍ୟାୟରେ ପ୍ରାୟ ୧୬ଲକ୍ଷ ଟିକା ପହଞ୍ଚିଥିଲା। ମଙ୍ଗଳବାର ଦିନ ଆଉ ୯ଲକ୍ଷ ୪ ହଜାର ୧୮୦ କୋଭିସିଲ୍ଡ ଆସି ପହଞ୍ଚିଛି ।
ଫେବୃଆରୀ ୧୫ରୁ ଆରମ୍ଭ କୋଭିଡ଼ ଯୋଦ୍ଧାଙ୍କ ଟିକାକରଣ ହାର ୭୭.୪ ପ୍ରତିଶତକୁ ଛୁଇଁଛି। ହେଲେ ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଟିକାକରଣ ଇତିମଧ୍ୟରେ ୨ ଲକ୍ଷ ୨୫ ହଜାର ୩୬୫ରେ ପହଞ୍ଚିଲାଣି।
ମାର୍ଚ୍ଚ ପହିଲାରେ ୧୧ ହଜାର ୨୮୯ ବରିଷ୍ଠ ନାଗରିକ ଟିକା ନେଇଥିବାବେଳେ ମଙ୍ଗଳବାର ୨୦ ହଜାର ୯୫୨, ବୁଧବାର ୨୩ହଜାର ୭୯୨, ଗୁରୁବାର ୩୯ ହଜାର ୮୪୯, ଶୁକ୍ରବାର ୧୮ହଜାର ୬୦୬, ଶନିବାର ୨୮ହଜାର ୫୯୭, ସୋମବାର ୪୮ହଜାର ୨୪ ଏବଂ ମଙ୍ଗଳବାର ୩୭ହଜାର ୪୦୭ ବରିଷ୍ଠ ନାଗରିକ ଟିକା ନେଇଛନ୍ତି।ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯,୬୮,୭୬୬ ଜଣଙ୍କୁ ଟିକା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟକର୍ମୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।