ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ପୁଣି ଆଉ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରିଦିଆ ଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
Another 90 #Covid19 patients have recovered and are being discharged.
23 from Jagatsinghpur
22 from Jajpur
21 from Bhadrak
15 from Ganjam
3 from Cuttack
2 each from Khurda & Sambalpur
1 each from Balasore and Nayagarh.The total recovered cases of #Odisha now stand at 977.
— H & FW Dept Odisha (@HFWOdisha) May 29, 2020
ଆଜି ସୁସ୍ଥ ହୋଇଥିବା ନୂତନ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୨୩ ଜଣ, ଯାଜପୁରର ୨୨ ଜଣ, ଭଦ୍ରକର ୨୧ ଜଣ, ଗଞ୍ଜାମର ୧୫ ଜଣ, କଟକର ୩ ଜଣ, ଖୋର୍ଦ୍ଧା ଓ ସମ୍ବଲପୁରର ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର ଓ ନୟାଗଡର ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।