ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ଏବେ ରାଜ୍ୟରେ ଆଉ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସମସ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି ।
Another 99 #Covid19 patients have recovered and are being discharged.
34 are from Balasore
15 from Ganjam
13 each from Jajpur & Kendrapara
10 from Puri
9 from Bhadrak
3 from Nayagarh and
1 each from Sundargarh & Debgarh.The total recovered cases of #Odisha now stand at 649.
— H & FW Dept Odisha (@HFWOdisha) May 25, 2020
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ବାଲେଶ୍ୱରର ରହିଛନ୍ତି । ସେହିଅନୁଯାୟୀ ବାଲେଶ୍ୱରରୁ ୩୪ ଜଣ, ଗଞ୍ଜାମରୁ ୧୫ ଜଣ, କେନ୍ଦ୍ରାପଡାରୁ ୧୩, ଯାଜପୁରରୁ ୧୩, ପୁରୀରୁ ୧୦, ଭଦ୍ରକରୁ ୯, ନୟାଗଡରୁ ୩, ସୁନ୍ଦରଗଡରୁ ଜଣେ ଏବଂ ଦେବଗଡରୁ ଜଣେ । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ୬୪୯ ଜଣ ସୁସ୍ଥ ହୋଇ ସାରିଲେଣି ।