ଭୂବନେଶ୍ୱର(ଏଟିଆର ବ୍ୟୁୂରୋ):ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରୁ ଏକ ନୂତନ ପ୍ରଜାତିର ସାମୁଦ୍ରିକ ଇଲ ମାଛ ଆବିଷ୍କୃତ କରିଛନ୍ତି ଜଣେ ଓଡ଼ିଶା ବୈଜ୍ଞାନିକ । ପାରାଦ୍ୱୀପ ଉପକୂଳରୁ ରଞ୍ଜନ ମହାନ୍ତି ଓ ପଶ୍ଚିମବଙ୍ଗ ଉପକୂଳରୁ ଦିପାଞ୍ଜନ ଜାନୁଆରୀ ମାସରେ ସଂଗ୍ରହ କରି ଭୋପାଳପୁରଠାରେ ଥିବା ଜେଡଏସଆଇ କେନ୍ଦ୍ରକୁ ଅଧିକ ଗବେଷଣ କରିବା ପାଇଁ ଆଣିଥିଲେ ।
ଏଥିରେ ୫ ଜଣିଆ ଟିମ୍ ଗଠନ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଓଡିଆ ରହିଥିବାର ଜଣାପଡିଛି । ଗଜ୍ଞାମ ଜିଲ୍ଲାର ଗୋପାଳପୂର ସର୍ଭେ ,ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ, କୋଲକତା ଜେଡଏସଆଇ ସାମୁଦ୍ରିକ ମତ୍ସ୍ୟ , ବ୍ରହ୍ମପୂର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ, ଓ ପଶ୍ଚିମବଙ୍ଗ ବଜକୁଲ ମିଲନୀ ବିଦ୍ୟାଳୟର ମିଳିତ ସହଯୋଗରେ ଏହି ଗବେଷଣା ଟି ସଫଳ ହୋଇପାରିଛି ।
ପ୍ରଥମଥର ପାଇଁ ଭାରତୀୟ ଉପକୂଳରୁ ମିଳିଥିବାରୁ ଏହାର ନାମକରଣ ସିରୀମ୍ୟୁରେନା ଇଣ୍ଡିକା ନାମରେ ରଖାଯାଇଛି ବୋଲି ଡଃ ଅନିଲ ମହାପାତ୍ର କହିଛନ୍ତି । ଗବେଷଣା ରୁ ଜଣାପଡିଛି ଏହି ମାଛର ଶରୀର ମାଂସାଳ ହୋଇଥିବା ବେଳେ ଏମାନଙ୍କ ରଙ୍ଗ ଧୂସର ମାଟିଆ ହୋଇଥାଏ । ଏମାନଙ୍କ ଉପରେ ଓ ତଳେ ବହୁ ସଂଖ୍ୟକ ଗେଛା ହୋଇ ଦାନ୍ତ ରହିଛି । ଏବଂ ଏମାନଙ୍କ ଲମ୍ବ ୨୩୨ ରୁ ୫୧୨ ମିଲିମିଟର ହୋଇଥାଏ ।
ଏହି ମାଛର ଗୋଟେ ଲମ୍ବା ମେରୁଦଣ୍ଡ ରହିଛି ।ସେଥିରେ ୧୬୪ ରୁ ୧୬୯ ଟି ମେରୁ ହାଡ ରହିଛି । ଓ ମୁହଁର ଉପର ଓଠରେ ସିରି ରହିଛି । ଏହି ପ୍ରଜାତିର ମାଛ ପଶ୍ଚିମବଙ୍ଗ ଓ ଉପକୂଳ ଅଞ୍ଚଳରେ ସବୁବେଳେ ଦେଖିବାକୁ ମିଳିଥାଏ । ଏବଂ ଏମାନଙ୍କ ଦେହ ଚିକ୍କଣ , ଲାଞ୍ଜ ମୁନିଆ ହୋଇଥିବାରୁ ଏମାନେ ବାଲିରେ ପୋତି ହୋଇ ରହିଥାନ୍ତି ।