ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହାରି ଭିତରେ ଗଞ୍ଜାମ ଜିଲ୍ଲାରୁ ଏକ ଦୁଖଃଦ ଖବର ଆସିଛି । ଆଜି ଗଞ୍ଜାମ ଜିଲ୍ଲାରେ ଜଣେ ୫୦ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Regret to report that a 50-year male Covid positive patient of Ganjam district passed away while under treatment in hospital.
He was suffering from underlying co-morbidities of Diabetes, Hypertension, Chronic Kidney disease and Chronic Obstructive Pulmonary Disease.
— H & FW Dept Odisha (@HFWOdisha) June 14, 2020
ତେବେ ଗଞ୍ଜାମ ଜିଲ୍ଲାରେ କରୋନାରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ୪ ଓ କଟକରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୦୧ଟି ସକ୍ରିୟ କେସ୍ ରହିଛି ।