ଭୁବଶ୍ୱେର (ଏଟିଆର ବ୍ୟୁରୋ):ଆମେରିକା ଅନୁସନ୍ଧାନକାରୀମାନେ ଏକ ବିରଳ ଭୂତାଣୁ ଆବିଷ୍କାର କରିଛି ।ଯାହାକି ଜଣେ ବ୍ୟକ୍ତି ଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋବାର ଆଶଙ୍କା ରହିଥାଏ । ବୋଲିଭିୟାର ରାଜଧାନୀ ଲେ ପେଜରେ ୨ ଜଣ ରୋଗୀ ୩ ଜଣ ସ୍ୱାସ୍ଥ୍ୟକର୍ମୀ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ଓ ପରେ ଜଣେ ରୋଗୀ ଏବଂ ୨ଜଣ ସ୍ୱାସ୍ଥ୍ୟକର୍ମୀ ମୃତ୍ୟୁ ବରଣ କରିଛନ୍ତି
ଏହି ଭାଇରସ ୨୦୦୪ ମସିହାରେ ସାମ୍ନାକୁ ଆସିଥିଲା । ଯାହା ଲା ପେଜଠାରୁ ୩୭୦ କିଲୋମିଟର ଦୂରରେ ଥିଲା ।ଗବେଷଣାରୁ ପ୍ରମାଣିତ ହୋଇଛି ତିନି ଜଣ ମେଡ଼ି୍କାଲ କର୍ମଚାରୀ ଏହି ଭୂତାଣୁ ରେ ଆକ୍ରାନ୍ତ ହୋଇଥିଲେ ।ମୂଶାମାନେ ଏହି ଭୂତାଣୁର ବାହାକ ଅଟନ୍ତି ।ଏହି ଭୁତାଣୁ ରେ ଶ୍ୱାସକ୍ରିୟାରେ କଷ୍ଟ ହେବା ସହ ଜ୍ୱର , ପେଟଯନ୍ତ୍ରଣା , ବାନ୍ତି ,ହେବା ସହ ଆଖିରେ ଯନ୍ତ୍ରଣା ହୋଇଥାଏ । ଏହି ରୋଗର କୋ÷ଣସି ନିଦ୍ଦିଷ୍ଟ ଔଷଧ ବାହାରି ନାହିଁ ।