ଗଜପତି(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତି ଦିନ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି । ଏହାରି ଭିତରେ କରୋନା ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ମୁଣ୍ଡ ନେଇଛି । ଗଜପତି ଜିଲ୍ଲାର ସାମ୍ବାଦିକ କେ.ସିଏଚ.ରତ୍ନମ କରୋନା ଆକ୍ରାନ୍ତରେ ହେଇଥିଲେ । ଗତ ୫ ତାରିଖ ଦିନ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ହାଇଟେକ୍ ମେଡିକାଲକୁ ସ୍ତାନନ୍ତର କରାଯାଇଥିଲା । । ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ଦୀର୍ଘ୪୦ ବର୍ଷ ହେଲା ତେଲୁଗୁ ଦୈନିକ ଖବର କାଗଜ ଇନାଡୁ ପାଇଁ କାର୍ୟ୍ୟ କରୁଥିଲେ ।
ତେବେ ଗତକାଲି ଗଞ୍ଜାମ ଜିଲ୍ଲାରେ କରୋନାରେ ସଂକ୍ରମିତ ହୋଇଥିବା ଦୈନିକ ଖବର କାଗଜ ସମାଜର ହିଞ୍ଜିଳି ପ୍ରତିନିଧି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଥିଲା । ସେ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ସୂଚନାଯୋଗ୍ୟ ରାଜ୍ୟରେ ଆଜି ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ରାଜ୍ୟରେ ମୋଟ ୮ ହଜାର ୭୫୦ ଜଣ ସୁସ୍ଥ ହୋଇଛନ୍ତି ।