ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ ରାଜଧାନୀରେ ଦେଖିବାକୁ ମିଳିଛି ବାଘ ଭୟ । ତିନି ଦିନ ପୂର୍ବରୁ ଏହି ବାଘ ଭୟରେ ଥରିଥିଲେ ରାଜଧାନୀ ବାସୀ । ତେବେ ପୁଣିଥରେ ବାଘ ରିଟର୍ଣ୍ଣକୁ ନେଇ ଆତଙ୍କିତ ହୋଇ ଯାଇଛନ୍ତି । ମଞ୍ଚେଶ୍ବର ରେଳ ଷ୍ଟେସନ ଅଞ୍ଚଳରେ ବାଘ ବୁଲିଲା । ରଙ୍ଗମାଟିଆ ତଳସାହି ଗାଁକୁ ବାଘ ପଶି ଆସିଥିବା ଅଭିଯୋଗ । କାଲି ରାତିରେ ଗାଁକୁ ବାଘ ଆସିଥିବା ନେଇ ବିଲରେ ପଡ଼ିଛି ପାଦଚିହ୍ନ । ଗାଁରେ ବାଘ ବୁଲୁଥିବା ନେଇ ସ୍ଥାନୀୟ ଜଣେ ଲୋକେ ଦେଖିବା ପରେ ରଙ୍ଗମାଟିଆରେ ଆତଙ୍କର ବାତାବରଣ ଖେଳିଯାଇଛି । ତେବେ ବାଘ ବୁଲୁଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ ।
ମିଳିଥିବା ସୂଚନା ମୁତବାକ ଗତକାଲି ରାତିରେ ବାଘକୁ ଭଲସେ ନେ ଦଖିଥିଲେ ମଧ୍ୟ ଜହ୍ନ ଆଲୁଅରେ ଯେତିକି ଦେଖା ଯାଉଥିଲା ଏହା ବାଘ ବୋଲି ଅନୁମାନ କରିଥିଲେ ସ୍ଥାନୀୟ ଲୋକ । ରାତିରେ ତାଟି କବାଟ ପକାଇ ଘରେ ଡରରେ ଶୋଇ ପଡିଥିଲେ । କିନ୍ତୁ ସକାଳୁ ଉଠି ଦେଖିବା ବେଳକୁ ପାଦ ଚିହ୍ନ ପଡିଥିଲା । ଏଣୁ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ବାଘକୁ ଧରିବା ପାଇଁ ବନ ବିଭାଗ ଲାଗି ପଡିଛି ।
ପୂର୍ବରୁ ପଳାସପଲ୍ଲୀରେ କଲରାପତରିଆ ଦେଖିବାକୁ ମିଳିଥିଲା । ଦୁଇ ଦିନର ଅପରେସନ ପରେ ଏହାକୁ କାବୁ କରାଯାଇଥିଲା । ଗତ ୩ ଦିନ ତଳେ ବାଘ ନାକେଦମ କରିଥିଲା ବନବିଭାଗକୁ । ତେବେ ପୁଣି ଥରେ ବାଘ ବାହାରିବା କଥା ଜଣାପଡିବା ପରେ ଚିନ୍ତାରେ ଲୋକ । ବାଘକୁ କେଉଁଠାରେ ଦେଖାଯାଇଥିଲା ଓ ପ୍ରଥମେ କିଏ ଦେଖିଥିଲେ ତାହାର ଅନୁସନ୍ଧାନ ଜାରି ରହିଛି । ସେପଟେ ବନବିଭାଗର ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ବର୍ତମାନ ମିଳିଥିବା ସୂଚନା ଅନୁସାରେ, ବନ ବିଭାଗ ବାଘର ପାଦ ଚିହ୍ନକୁ ଚିହ୍ନଟ କରିଛନ୍ତି ।