ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ଶ୍ରୀବିହାର ରେ ଥିବା ଏକ ଆପାର୍ଟମେଣ୍ଟକୁ ସିଲ କଲା ପ୍ରଶାସନ । ସୂଚନା ଅନୁସାରେ ମୁର୍ଶିଦାବାଦରୁ ୨୧ ଜଣ ଶ୍ରମିକ ଆସି ଏହି ଆପାର୍ଟମେଣ୍ଟରେ ରହୁଥିଲେ । ଖବର ପାଇଁ ନିର୍ମାଣଧୀନ ଆପାର୍ଟମେଣ୍ଟକୁ ସିଲ କରିଛି ପ୍ରଶାସନ । ଶ୍ରମିକ ମାନଙ୍କୁ ଆପାର୍ଟମେଣ୍ଟରେ ୧୪ ଦିନ କ୍ୱରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ନିଆଯିବ ।
ସୂଚନା ଯୋଗ୍ୟ ରାଜ୍ୟରେ ଦିନକୁ ଦିନ କରୋନା ତାର କାୟ ବିସ୍ତାର କରିବାରେ ଲାଗିଛି । ଆଜି ରାଜ୍ୟରୁ ୧୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୬ ହଜାର ୩୫୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ହଜାର ୪୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧ ହଜାର ୯୦୩ ଟି ସକ୍ରିୟ କେସ୍ ରହିଛି । ସେହିଭଲୀ ରାଜ୍ୟରେ କରୋନା ଜନ୍ଖଚ୍ଛ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।