ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ମଦ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଏକ ନିଷ୍ପତ୍ତି ନେଇଛନ୍ତି । ସରକାର ଦେଶୀ ମଦ ଦୋକାନ ପାଇଁ ଲଟେରି ବ୍ୟବସ୍ଥା ଆରମ୍ଭ କରିବା ପରେ ଏହାକୁ ନେଇ ମଦ ବ୍ୟବସାୟଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବରୁ ୧୫ ବର୍ଷ ଧରି ମଦ ଦୋକାନୀଗୁଡିକର ନବୀକରଣ କରାଯାଇଥିଲା । ଯାହାଫଳରେ କି ୨୦୦୫ ମସିହା ପରଠାରୁ ନୂଆ ବ୍ୟବସାୟ ମଦ ବ୍ୟବସାୟ କରି ପାରୁନଥିଲେ ।
ତେବେ ରାଜ୍ୟରେ ୧୧୮୬ ଟି ବିଦେଶୀ ମଦ ଓ ୨୪୦ ଟି ଦେଶୀ ମଦ ଦୋକାନ ପାଇଁ ଲଟେରି ହୋଇଥିଲା । ୨୭ ଟି ଜିଲ୍ଲାରେ ଆବେଦନ ସମୟ ସମାପ୍ତ ହୋଇଥିବା ବେଳେ କଟକ ଓ ଅନ୍ୟ ଜିଲ୍ଲା ପାଇଁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଶେଷ ତାରିଖ ରହିଛି । ଗୋଟେ ମଦ ଦୋକାନ ପାଇଁ ୧୫ ଜଣ ଲେଖାଏଁ ଆବେଦନ କରିଛନ୍ତି । ଏଥି ମଧ୍ୟରୁ ୧୧୩୨ ଟି ବିଦେଶୀ ମଦ ପାଇଁ ୧୮୫୦ ଜଣଙ୍କର ଆବେଦନ କରିଛନ୍ତି ।
ସେହିପରି ୧୬୫ ଟି ଦେଶୀ ମଦ ଦୋକାନ ପାଇଁ ୮୮୬ ଜଣ ଆବେଦନ କରିଛନ୍ତି । ଏପ୍ରିଲ ୯ତାରିଖ ସୁଦ୍ଧା ୩୧ଟି ଅବକାରୀ ଜିଲ୍ଲାରେ ଜିଲ୍ଲାପାଳମାନେ ଆବେଦନକାରୀଙ୍କ ଉପସ୍ଥିତିରେ ଲଟେରି ପ୍ରକ୍ରିୟା ଶେଷ କରିବେ। ଏପ୍ରିଲ ୯ ତାରିଖ ସୁଦ୍ଧା ଲଟେରି ଉଠିବ ଓ ୧୫ ତାରିଖ ସୁଦ୍ଧା ଦୋକାନୀ ମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।