ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟର ସବୁଠାରୁ ବୃହତ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ହେଉଛି ଭୁବନେଶ୍ୱର ମହାନଗର ନଗର ନିଗମ (ବିଏମସି) । ଏକ ଆଧୁନିକ ସହର ଭାବେ ରାଜଧାନୀ ଭୁବନେଶ୍ୱରର ପରିଚୟକୁ ଆହୁରି ସୁଦୃଢ କରିବା ସହ ଐତିହ ସମ୍ପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ ରହିଛି ବିଏମସିର ଗୁରୁଦାୟିତ୍ୱ ।
କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ନଜରରେ ରଖି ଜନସାଧାରଣଙ୍କୁ ମୌଳିକା ସୁବିଧା ଯୋଗାଇ ଦେବା ଲାଗି ନିୟମିତ ବଢିଚାଲିଛି ବିଏମସିର ଦାୟିତ୍ୱ । ଏନେଇ ବିଏମସି ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ଆଶାପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ପୂର୍ବରୁ ବିଏମସିରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି ।