ଜମ୍ମୁ(ଏଟିଆର ବ୍ୟୁରୋ):ଜମ୍ମୁ କାଶ୍ମୀର ଅନ୍ତର୍ଗତ ରଜୈାରି ଜିଲ୍ଲାର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ଏହି ଅସ୍ତ୍ରବିରତି ଉଲ୍ଲଘଂନ ସମୟରେ ଜଣେ ଭାରତୀୟ ଯବାନ ସହିଦହୋଇଛିନ୍ତି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।
ସହିଦ ହୋଇଥିବା ଯବାନ ଜଣଙ୍କ ନା ହେଉଛି ଲକ୍ଷ୍ମଣ ନାୟକ । ସେ ଭାରତୀୟ ସେନାର ସିପାହୀ ରହିଥିଲେ । ଗୁଳିଚାଳଣ ବେଳେ ଲକ୍ଷ୍ମଣ ସାଘାଂତିକ ଭାବେ ଆହତ ହୋଇଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଲକ୍ଷ୍ମଣଙ୍କ ଦେହାନ୍ତ ହୋଇଥିଲା ।
ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରୁ ସୂଚନା ମିଳିଛି ଲକ୍ଷ୍ମଣ ନାୟକ ଜଣେ ସାହାସୀ ଜବାନ ଥିଲେ । ଏବଂ କାର୍ଯ୍ୟରେ ଯୋଗଦେବା ପରଠାରୁ ସେ ନିଜର ସାହାସୀକତାର ପରିଚୟ ଦେଇଥିଲେ । କାଙ୍କର ଆତ୍ମବଳି ଓ ନିଷ୍ଠାପର କର୍ତ୍ତବ୍ୟପରାୟଣତା ପାଇଁ ଦେଶ ତାଙ୍କ ପାଖରେ ଚିରକାଳ ପାଇଁ ରୁଣୀ ରହିବ ।