କୋଣାର୍କ (ଏଟିଆର ବ୍ୟୁରୋ): ଓଡିଶାରେ ଥିବା ବିଭିନ୍ନ ଐତିହସ୍ଥଳି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କାରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ବିଭିନ୍ନ ଐତିହ ସ୍ଥଳି ସହ ମନ୍ଦିର ଗୁଡିକର ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରର ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି । ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ଉଚ୍ଚେଦ ସହ ଏହାର ସୌନ୍ଦର୍ଯ୍ୟକରଣ କରି ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।
ତେବେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ଏବେ କୋଣାର୍କର ସୌନ୍ଦର୍ଯ୍ୟକରଣ ସହ ଏହାର ବିକାଶ ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଆଜି ସକାଳୁ ୫ଟି ସଚିବ ଭି. କେ ପାଣ୍ଡିଆନକୋଣାର୍କ ଗ୍ରସ୍ତ କରିବା ସହ ଏହାର ଚତ୍ୁଃପାଶ୍ୱର୍ର ଅନୁଦ୍ଧାନ କରିଛନ୍ତି । ସୂଚନାନୁଯାଇ ଆଜି ସକାଳୁ ସକାଳୁ ୫ଟି ସଚିବ ଓ ଟିମ କୋଣାର୍କ ବୁଲିବା ସହ ଚତୁପାଶ୍ୱର୍ର ବିକାଶ ନେଇ ସମୀକ୍ଷା କରିଛନ୍ତି । କୋଣାର୍କର ଚତୁପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯିବ । ଆଜି ସକାଳୁ ୫ଟି ସଚିବ ଭି. କେ ପାଣ୍ଟିଆନ ଅଧିକାରୀମାନଙ୍କ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁପାଶ୍ୱର୍ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ନିମନ୍ତେ କୋଣାର୍କରେ ପହଞ୍ଚିଥିଲେ ।
ତେବେ ସଚିବଙ୍କର ଏହି ଗ୍ରସ୍ତ ସମୟରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଚେୟାରମ୍ୟାନ କ୍ରିଷନ କୁମାର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ କିଶନ କୁମାର ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ କୋଣାର୍କ ଗ୍ରସ୍ତ କରିବା ସହ ସୂର୍ୟ୍ୟମନ୍ଦିରର ଚତୁଃପାଶ୍ୱର୍ ବୁଲିବା ସହ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ।
ସେମାନେ ସୂର୍ୟ୍ୟମନ୍ଦିରର ପ୍ରବେଶ ପଥ, ଚତୁଃପାଶ୍ୱର୍ରେ ଥିବା ଅର୍ବାନ ହାଟ, ରିଙ୍ଗ ରୋଡ, ଆଇଓସିଏଲ କାର ପାର୍କିଂ, ବସ ପାର୍କିଂ, ଥାନା ଛକ, ମେଡିକାଲ ଛକ ଆଦି ବୁଲିବା ଦେଖିଥିଲେ । ଏହାସହ ଆର୍କିଟେକଙ୍କୁ ସମସ୍ତ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ତେବେ ସେମାନଙ୍କ ମଧ୍ୟରେ ପର୍ୟ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ରାସ୍ତା, କୋଣାର୍କକୁ ଆସୁଥିବା ସମସ୍ତ ଗାଡିଗୁଡିକ ପାଇଁ ପାର୍କିଂ ବ୍ୟବସ୍ଥା, ଆଇଓସିଏଲ ଅଧୀନରେ ଥିବା ୮ଏକର ଜମିର ବିକାଶ, ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଙ୍ଗ ଜୋନର ବ୍ୟବସ୍ଥା ଓ ପର୍ୟ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା ।