ପୁରୀ (ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିରର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ୭୫ମିଟର ଉଚ୍ଛେଦ ପ୍ରକ୍ରିୟା ଏବଂ ସେବାପୂଜା ସମ୍ପର୍କରେ ହୋଇଥିବା ମାମଲାର ମଧ୍ୟବର୍ତ୍ତୀକାଳିନ ଅନ୍ତରୀଣ ନିର୍ଦ୍ଦେଶ ଦେବାର ସମ୍ଭାବନ ରହିଛି । ଆଜି ଅପରାହ୍ନରେ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ପୁରୀ ଶ୍ରୀମନ୍ଦିରକୁ ଐତିହରେ ପରିଣତ କରିବା ସହ ରୀତିନୀତି ଓ ଅଭଡା ଯୋଜନାରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟରେ ଶୁଣାଣୀ କରି ରାୟ ଦେବେ । ବର୍ତ୍ତମାନ ସୁଦ୍ଧା ସମସ୍ତ ପ୍ରକାର ଶୁଣାଣୀ ସରିଛି ଆଜି ମଧ୍ୟବର୍ତ୍ତୀକାଳିନ ରାୟ ଆସିବ ।
ଶ୍ରୀମନ୍ଦିର ସୁରକ୍ଷାରେ ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ, ଧାଡି ଦର୍ଶନ, ଶ୍ରୀମନ୍ଦିର ପରିସରରୁ ୭୫ମିଟର ଉଚ୍ଛେଦ ପ୍ରସଙ୍ଗ, ସେବାପୂଜା, ଅନ୍ନଦାତା ଆଟିକା, ଭୂସମ୍ପତ୍ତି ସୁରକ୍ଷା, ଦାନ ଦକ୍ଷିଣା ବନ୍ଦ ଭଳି ୧୨ଟି ପ୍ରସ୍ତାବରେ ଆଲୋଚନା କରାଯିବ । ପରେ ଏହା ଅନ୍ତରୀଣ ନିର୍ଦ୍ଦେଶ ଆସିବ । ୭ଟି ନିଯୋଗ ପକ୍ଷରୁ ପକ୍ଷଭୁକ୍ତ ପାଇଁ ଆବେଦନ ଦାଖଲ ହୋଇସାରିଛି । ରାଜ୍ୟ ସରକାରଙ୍କ ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟ ଉପରେ ପୂର୍ବ ତାରିଖରେ ଆଲୋଚନା କରାଯାଇଥିଲା । ଏହାସହ ଆମିକସକ୍ୟୁରି ଓ ସଲିସିଟର ଜେନେରାଲ ପୁରୀ ଗ୍ରସ୍ତ କରି ଉଚ୍ଛେଦ ସମ୍ପର୍କରେ ଏକ ରିପୋର୍ଟ ସୁପ୍ରିମକୋର୍ଟକୁ ଅବଗତ କରାଇଥିଲେ । ଶ୍ରୀମନ୍ଦିର ପରିସରରୁ ୭୫ମିଟର ଚର୍ତ୍ତୁପାଶ୍ୱ ଉଚ୍ଛେଦ ପ୍ରସଙ୍ଗରେ କଣ କଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସୁପ୍ରିମକୋର୍ଟରେ ଆଲୋଚନା ହୋଇଛି । ପକ୍ଷମାନେ ନିଜ ନିଜ ପକ୍ଷ ରଖିଥିଲେ । ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟାକୁ ସବୁ ପକ୍ଷ ସମର୍ଥନ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଉତ୍ତମମାନର ପ୍ରସାଦକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଶ୍ରୀମନ୍ଦିରରେ ନିୟୋଜିତ ଥିବା ସେବାୟତ କିଭଳି ଠିକ ଭାବେ ଦାୟିତ୍ୱ ନିର୍ବାହ କରିବେ ଓ ଆମକସକ୍ୟୁରି ଦେଇଥିବା ରିପୋର୍ଟ ସଠିକ ଭାବେ କାର୍ୟ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଥିଲେ । ସମସ୍ତ ପକ୍ଷ ଶୁଣି ସାରିବାପରେ ସୁପ୍ରିମକୋର୍ଟ ଚୁଡାନ୍ତ ରାୟ ପ୍ରକାଶ କରିବେ ।