ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଅଶାନ୍ତ ହୋଇପଡିଛି ରାଜଧାନୀର ଧାରଣା ସ୍ଥଳ । ହଜାର ହଜାର ଆନ୍ଦୋଳନକାରୀଙ୍କ କୋଳାହଳରେ ଫାଟିପଡୁଛି ପରିବେଶ । ସରକାର ବିରୋଧୀ ସ୍ୱରରେ କମ୍ପୁଛି ସମ୍ପୂର୍ଣ୍ଣ ଅଞ୍ଚଳ । ବିଭିନ୍ନ ଦାବୀ ନେଇ ରାଜ୍ୟର କୋଣ ଅନୁକୋଣରୁ ଧାଇଁ ଆସିଛନ୍ତି ବହୁ ଆନ୍ଦୋଳନକାରୀ । ବିଧାନସଭା ଶିତକାଳିନ ଅଧିବେସନ ପାଇଁ ପ୍ରତ୍ୟକ ଦିନ ଧାରଣ ଦେଉଛନ୍ତି ଅନେକ ସଂଘ । କିନ୍ତୁ ଆଜିର ପ୍ରତିବାଦ ଜୋର ହୋଇପଡିଛି । କାରଣ ଆଜିର ଆନ୍ଦୋଳନରେ ପୁରା ଫୁଲ ହୋଇଛି ଧାରଣାସ୍ଥଳ । ଇନ୍ଦିରା ଗାନ୍ଧି ପାର୍କଠାରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ ହୋଇପଡିଛି । ଯିବା ଆସିବା କରିବା ପାଇଁ ଲୋକଙ୍କ ବହୁ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି ।
ସରକାରଙ୍କ ବହୁ ଉନ୍ନତିମୂଳକ କାର୍ଯ୍ୟରେ ସାହାର୍ଯ୍ୟ କରୁଥିବା ଅଙ୍ଗନୱାଡି କର୍ମୀ,ସହାୟିକା ଏବଂ ଆଶାକର୍ମୀଙ୍କ ଦ୍ୱାରା ଆୟୋଜିତ ହୋଇଛି ଏକ ବଡ ଆନ୍ଦୋଳନ । ଅଙ୍ଗନୱଡି କର୍ମୀ ଏବଂ ଆଶାକର୍ମୀଙ୍କ ମୁଖ୍ୟ ଦାବୀ ହେଉଛି ସର୍ବନିମ୍ନ ଦରମା ୧୮୦୦୦ ଏବଂ ଅଙ୍ଗନୱାଡି ହେଲଫର ମାନଙ୍କ ଦରମା ୯୦୦୦ । ମା ଓଶିଶୁର ଜତ୍ନ ନେଉଥିବା ଏହି ଦୁଇ କର୍ମୀମାନଙ୍କୁ ସରକାର ପ୍ରକୃତ ପ୍ରାପ୍ୟ ପ୍ରଦାନ କରୁନାହାଁନ୍ତି । ଗ୍ରାମାଞ୍ଚଳ ହେଉବା ସହରାଞ୍ଚ ହେଉ ସରାକାରଙ୍କ ସମସ୍ତ କାର୍ଯ୍ୟରେ ସହାୟକ ହେଉଥିବା ଏମାନଙ୍କ ପାଇଁ ସରକାରଙ୍କର ଏତେ କୋପ ଦୃଷ୍ଟି କଣ ପାଇଁ ? ତେବେ ଶୁଣିବେ ଏମାନଙ୍କ କଥା ? ଏଭଳି ବହୁ ପ୍ରଶ୍ନ ଉଠୁଛି ସାଧାରଣରେ ।
ରିପୋର୍ଟ ; ଗୁଣନିଧି ବେହେରା