ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡ ପରଦାରେ ଜଣଙ୍କ ପରେ ଜଣେ ଅଭିନେତା କରୋନାର ଶିକାର ହେବାରେ ଲାଗିଛନ୍ତି । ଏବେ ପୁଣି ଆଉ ଜଣେ ଅଭିନେତାଙ୍କୁ ସଂକ୍ରମିତ କରିଛି ଏହି ଭାଇରସ । ଅଭିନେତା ଆଶିଷ ବିଦାଥାୀଙ୍କ ରିାପାର୍ଟ କରୋନା ପଜିଟିଭ ଆସିଛି ବୋଲି ଆଶିଷ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ଜଣାଇଛନ୍ତି ।
ଆଶିଷ ଏହି ଭିଡିଓରେ କହିଛନ୍ତି ମୋର ରିପୋର୍ଟ କରୋନା ପଜିଟିଭ ଆସିଛି । ମୋ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ଦୟାକରି ସେମାନେ ନିଜ ନିଜର କରୋନା ଟେଷ୍ଟ କରେଇ ଦିଅନ୍ତୁ । ବର୍ତ୍ତତ୍ତମାନ ମୋର କୈାଣସି ଲକ୍ଷଣ ଦେଖାଯାଇ ନାହିଁ । ମୋର ବିଶ୍ୱା ସଛି ମୁଁ ଶୀଘ୍ର ଭଲ ହୋଇଯିବି ବୋଲି ।
ଏହାପୂର୍ବରୁ ଅଭିନେତା ମନୋଜ ବାଜପେୟୀଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍ ଆସିଥିଲା । ଅଭିନେତାଙ୍କ ଟିମ୍ ନିଶ୍ଚିତ କରିଛନ୍ତି ଯେ, ‘ମନୋଜ ବାଜପେୟୀଙ୍କ ନିର୍ଦ୍ଦେଶକ କରୋନା ପଜିଟିଭ ହେବା ପରେ ଅଭିନେତା ଟେଷ୍ଟ କରିଥିଲେ ଏବଂ ଜାଣିବାକୁ ପାଇଥିଲେ ତାଙ୍କୁ କରୋନା ହୋଇଛି । ବର୍ତ୍ତମାନ ସୁଟିଂ ବନ୍ଦ କରାଯାଇଛି ଏବଂ କିଛି ମାସ ମଧ୍ୟରେ ପୁଣିଥରେ ଆରମ୍ଭ ହେବ ।