ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ ।ଆଜି ପ୍ରଥମ ଦିନରେ ଅଭିଭାଷର ରଖିବେ ରାଜ୍ୟପାଳ ଗଣେଶୀ ଲାଲ ।ଏହି ବଜେଟ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।
ଚଳିତ ଅଧିବେଶନ ପାଇଁ ସମୟ ପରିବର୍ତ୍ତନ ହୋଇଥିବା ବେଳେ ଏଥର ପେପରଲେସ ହେବ ଗୃହ କାର୍ଯ୍ୟ ।ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରୀ ୨୨ ରେ ୨୦୨୧-୨୨ ରାଜ୍ୟ ବଜେଟ ଉପସ୍ଥାପିତ ହେବ ।
ସେହିପରି ଦୈନିକ ୫ ଘଣ୍ଟା ସକାଳ ୧୦ଟା୩୦ରୁ ୧ଟା ୩୦ ମିନିଟ ଏବଂ ଅପରାହ୍ନରେ ୪ଟାରୁ ୬ଟାପର୍ୟ୍ୟନ୍ତ ଚାଲିବ । ପୂର୍ବପରି ୧୦ଟା୩୦ରୁ ୧୧ଟା୩୦ ଏକ ଘଣ୍ଟା ରହିବ ପ୍ରଶ୍ନ କାଳ। ତାପରେ ଶୂନ୍ୟକାଳ। ମୂଲତବୀ ପ୍ରସ୍ତାବ ଉପରେ ଦେଢ଼ଘଣ୍ଟା ଆଲୋଚନା ହେବ। ଏଥିରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ସମୟ ବଣ୍ଟା ଯାଇଛି। ବିରୋଧୀ ଦଳ ୫୫ମନିଟ ଏବଂ ଶାସକ ଦଳକୁ ୩୫ମିନିଟ ସମୟ ଦିଆଯାଇଛି।ବୈଠକର ପ୍ରଥମ ଦିନରେ ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର , ବିଭୂତି ଭୂଷଣ ନାୟକ,ଯଜ୍ଞନାରାୟଣ କର , ଓ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ।
ଏହି ବଜେଟ ଅଧିବେଶନରେ ଓାନ କିଣାରେ ଅବ୍ୟବସ୍ଥା , ସୀମା ବିବାଦ, ଆଇନ ଶୃଙ୍ଖଳା , ଶିକ୍ଷା ଓ ସ୍ୱାସ୍ଥ୍ୟ ,ବେକାରୀ ସମସ୍ୟାକୁ ଗୃହରେ କରିବେ ବିଜେପି ଓ କଂଗ୍ରେସ । ଏହାବାଦ୍ ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା, ବେକାରୀ, ପାନୀୟ ଜଳ ସମସ୍ୟା ଓ ଆଞ୍ଚଳିକ ବୈଷମ୍ୟ କଥା ଉଠାଇବ କଂଗ୍ରେସ୍ ।
ସେହିପରି ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍ ଦର ବୃଦ୍ଧିକୁ ବି ପ୍ରମୁଖ ପ୍ରସଙ୍ଗ କରିବାକୁ ଯାଉଛି ଦଳ। ସେପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କ ସବୁ ପ୍ରସଙ୍ଗର ମୁକାବିଲା କରିବାକୁ ପ୍ରସ୍ତୁତ କରିଛି ରଣନୀତି ।