ଭୁବନେଶ୍ୱର ( ଏଟିଆର ବ୍ୟୁରୋ); ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଭାବେ ରଜନୀକାନ୍ତ ସିଂ ମନୋନୀତ ହୋଇଛନ୍ତି । ରଜନୀକାନ୍ତ ସିଂ ଅନୁଗୁଳର ବିଧାୟକ ରହିଛନ୍ତି । ଆଜି ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଜନୀକାନଙ୍କୁ ଉପବାଚସ୍ପତି କରିବା ପାଇଁ ପ୍ରସ୍ତାବ ଆଣିଥିଲେ । ସେହିଭଳି ଅଭିଜ୍ଞତାକୁ ଯଦି ଦେଖିବା ରଜନୀକାନ୍ତ ପୂର୍ବରୁ ୩ ଥର ବିଧାୟକ ଓ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି ।
ଆଜି ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ସୂଚନାଯୋଗ୍ୟ ରଜନୀକାନ୍ତଙ୍କ ବିପକ୍ଷରେ ଆଜି ଅନ୍ୟ କୌଣସି ଦଳର ପ୍ରାର୍ଥୀ ହୋଇ ନଥିଲେ ଯାହା ଫଳରେ ବାଚସ୍ପତି ସୂର୍ଯ୍ୟପାତ୍ର ତାଙ୍କୁ ଉପବାଚସ୍ପତି ଘୋଷଣା କରିଥିଲେ ।
ସୂଚନା ଯୋଗ୍ୟ ଗତକାଲି ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଉପ-ବାଚସ୍ପତି ନିର୍ବାଚନ ପାଇଁ ଆବେଦନ ପତ୍ର ଦାଖଲ କରିବାକୁ ଆହ୍ଵାନ କରିଥିଲେ ।ବାଚସ୍ପତିଙ୍କ ଘୋଷଣା ଅନୁଯାୟୀ ୨୭ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ଦାଖଲହେବ। ୭ଟାରେ ଯାଞ୍ଚ୍ ହେବ। ଆଗ୍ରହୀ ପ୍ରାର୍ଥୀ ୨୮ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ବୋଲି ଘୋଷଣା କରିଥିଲେ । ହେଲେ ଆଜି ରଜନୀ କାନ୍ତଙ୍କ ବିପକ୍ଷରେ କେହି ପ୍ରାର୍ଥୀ ନ ହେବା ଯୋଗୁ ତାଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉପବାଚସ୍ପତି ଘୋଷଣା କରିଥିଲେ ।