ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ବଜେଟ ଅଧିବେଶନ ବସିବାକୁ ଥିବା ବେଳେ ଏହାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାର କନଫରେନ୍ସ ହଲରେ ଏହି ବୈଠକ ବସିଥିଲା । ବିଭିନ୍ନ ଦିଗକୁ ନେଇ ଏଥିରେ ଆଲୋଚନା ହୋଇଛି ।
ସାଢେ ଚାରି ଘଣ୍ଟା ଗୃହ କାର୍ଯ୍ୟ ଚାଲିବ ବୋଲି ନିଷ୍ପତି ହୋଇଛି । ସାଢେ ୧୦ ଟାରୁ ଅପରାହ୍ନ ୧ ଟାଏ ଚାଲିବ ପ୍ରଥମ ପର୍ଯ୍ୟାୟ । ସେହିପରି ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ଯାଏଁ ଦ୍ୱିତୀୟ ପର୍ଯ୍ୟାୟ । ପୂର୍ବରୁ ୩ ଟାରୁ ୫ ଟା ଯାଏଁ ଥିଲା ଦ୍ୱିତୀୟ ପର୍ଯ୍ୟାୟ କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସେହିପରି ଯେଉଁଦିନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବା ସେଦିନ ସନ୍ଧ୍ୟା ୭ଟା ଯାଏଁ ଚାଲିବ ଗୃହ କାର୍ଯ୍ୟ ।
ଏହି ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଷ୍ଣୁ ସେଠୀ, ପ୍ରମିଳା ମଲ୍ଲିକା, ପ୍ରଣବ ପ୍ରକାଶ ଦାସ , ବିକ୍ରମ ଆରୁଖ ଯୋଗ ଦେଇଥିଲେ ।