ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନଭଶ୍ଚୁମ୍ବୀ ଅଟ୍ଟାଳିକା ‘ବୁର୍ଜ ଖଲିଫା’ ଠାରୁ ବଡ଼ ଏକ ଗ୍ରହାଣୁ ଆଜି ପୃଥିବୀ ପାର୍ଶ୍ୱ ଦେଇ ଅତିକ୍ରମ କରିବ ବୋଲି ‘ନ୍ୟାସ୍ନାଲ୍ ଏରୋନଟିକ୍ସ୍ ଆଣ୍ଡ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍’ର ବୈଜ୍ଞାନିକମାନେ କହିଛନ୍ତି ।ଏହାର ଉଚ୍ଚତା ହେଉଛି ୮୦୦ ମିଟର, ୫୦୦ ମିଟର ରୁ ଅଧିକ ଓସାର ବିଶିଷ୍ଟ ୨୦୦୦ ଡ଼ବୁଲୁ ଓ ୧୦୭ ନାମକ ଏହି ଗ୍ରହାଣୁ ନଭେମ୍ବର ୨୯ ତାରିଖରେ ୧୦.୩୮ ମିନିଟରେ ପୃଥିବୀର ଅତି ନିକଟରେ ହେବ ବୋଲି ସେମାନେ କହିଛନ୍ତି ।
୨୦୦୦ ମସିହାରେ ଆବିଷ୍କାର ହୋଇଥିବା ଏହି ଗ୍ରହାଣୁର ବ୍ୟାସ ୮୨୦ ମିଟର । ‘ଏନ୍ଇଏ’ ହେଉଛି ନିକଟବର୍ତ୍ତୀ ଗ୍ରହମାନଙ୍କର ମାଧ୍ୟାକର୍ଷଣ ଶକ୍ତି ବଳରେ କକ୍ଷପଥ ମଧ୍ୟକୁ ଟାଣି ହୋଇ ଆସୁଥିବା ପୁଞ୍ଜାଏ ଧୂମକେତୁ ଓ ଗ୍ରହାଣୁ । ଏହି ଗ୍ରହାଣୁ ପୃଥିବୀର ଅତି ନିକଟତର ହେବା ଅବସ୍ଥାରେ ମଧ୍ୟ ୪୩ ଲକ୍ଷ କିଲୋମିଟର ଦୂରରେ ଥିବ