ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ପୁଣି ଏସବିଆଇ ଏଟିଏମକୁ ଟାର୍ଗେଟ କଲେ ଦୁର୍ବୃତ୍ତ । ଲୁଟ କରିବାକୁ ଯାଇ ନିରାଶ ହେବା ପରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଗଞ୍ଜାମ ଜିଲ୍ଲା ଚିକିଟି ଛକରେ ଥିବା ଏଟିଏମ କାଉଣ୍ଟରରେ ଏହି ଘଟଣା ଘଟିଛି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଲୁଟପାଟ ହୋଇଥିବା ଜଣାପଡିଛି । ଅଭିଯୋଗ ହୋଇଛି ସୁରକ୍ଷା କର୍ମୀ ନରହିବା ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଛି । ତେବେ ଏଟିଏମ ସୁରକ୍ଷା ନେଇ ବହୁବାର ପୁଲିସ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ହେଲେ କର୍ତ୍ତୃପକ୍ଷଙ୍କ ଢ଼ିଲା ମନୋଭାବ ଯୋଗୁ ଦୁର୍ବୃତ୍ତଙ୍କ ଉତ୍ପାତ ବଢ଼ିବାରେ ଲାଗିଛି ।