ଗଜପତି (ଏଟିଆର ବ୍ୟୁରୋ) ; ମୋବାଇଲରେ ରେକର୍ଡ ହେଲା ଲାଇଭ ହଣାହଣିର ଦୃଶ୍ୟ । ଯାହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଚାଲିଥିଲା ଠେଲା ପେଲା । ବିଚ ରାସ୍ତାରେ ଚାଲିଥିବା ହଣାହଣି ଦୃଶ୍ୟକୁ ଉପସ୍ଥିତ ଥିବା ଲୋକ ସୁଟିଂ କରିବା ସହ ମନଭରି ଉପଭୋଗ କରଉଥିଲେ । ମାତ୍ର କେହିବି ଗଣ୍ଡଗୋଳକୁ ରଖିବାକୁ ଚେଷ୍ଟା କରି ନଥିଲେ । ହଣାହଣିରେ ଆହତ ହୋଇଥିବା ଲେକଙ୍କୁ ମଧ୍ୟ ମାନବିକତା ଦୃଷ୍ଟିରୁ ଡାକ୍ତରଖାନା ପହଁଞ୍ଚାଇ ନଥିଲେ । ବରଂ ସୁଟିଂ କରିଥିବା ଭିଡିଓକୁ ପରସ୍ପର ମଧ୍ୟରେ ଦିଆକରଉଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ ପାରଳାଖେମୁଣ୍ଡି ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ରାମ ସାଗର ଛକ ନିକଟରେ ଥିବା ଏକ ଜାଗାକୁ ନେଇ ଗତ କିଛି ବର୍ଷ ହେଲା ଟି.ସିମାଦ୍ରୀ ଏବଂ ବୈକୁଣ୍ଟଙ୍କ ପରିବାର ମଧ୍ୟରେ ଝଗଡା ଲାଗିରହିଥିଲା । ବିବାଦୀୟ ଜାଗାରେ ବୈକୁଣ୍ଠଙ୍କ ପରିବାରର ଏକ ଦୋକାନ ଥିଲା ଯାହାକୁ ବିରୋଧ କରି ଆସୁଥିଲେ ତେବେ ଏହାକୁ ବିରୋଧ କରିବାକୁ ଯାଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲେ । ତେବେ ଏହି ଘଟଣାରେ ରାସ୍ତା ମଝିରେ ଖଣ୍ଡା ଧରି ଦୁଇ ପରିବାର ମଧ୍ୟରେ ହଣା ହଣି ହୋଇଥିଲା । ଯାହାକୁ ସ୍ଥାନୀୟ ଲୋକ ଦେଖିଥିଲେ ମଧ୍ୟ ଆମ୍ବୁଲାନ୍ସ କିମ୍ବା ପୋଲିସକୁ ଖବର ଦେଇନଥିଲେ । ଏହି ଗଣ୍ଡଗୋଳରେ ଠେଙ୍ଗା ମାଡ ଏବଂ ଖଣ୍ଡା ଚୋଟରେ ଦୁଇ ଜଣ ଆହତ ହୋଇଛନ୍ତି ।
ଏହି ଗଣ୍ଡଗୋଳରେ ଆହତ ହୋଇଥିବା ଦୁଇ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭତ୍ତି କରାଯାଇଛି । ଆହତମାନଙ୍କ ଅବସ୍ଥା ଏବେ ସ୍ୱାଭାବିକ ଥିବା ସୂଚନା ମିଳିଛି । ଦୁଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏତଲା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାର ତଦନ୍ତ ପରେ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।