ବ୍ରହ୍ମପୁର ( ଏଟିଆର ବ୍ୟୁରୋ): ବ୍ରହ୍ମପୁରରେ ଜଣେ ଯୁବକକୁ ଛୁରାମାଡ । ଲୁଡୁ ଖେଳ ଚାଲିଥିବା ବେଳେ ଖେଳକୁ କେନ୍ଦ୍ର କରି ଯୁବକକୁ ଛୁରାମାଡ ହୋଇଛି । ସୁଚନା ମୁତାବକ ମଙ୍ଗଳବାର ଦିନ ଉକ୍ତ ଅଞ୍ଚଳରେ ଦୁଇ ଜଣ ଯୁବକ ଏକତ୍ର ଲୁଡୁ ଖେଳୁଥିଲେ ।
ତେବେ କୌଣସି କାରଣ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ପରେ ପାତିତୁଣ୍ଡ ତୀବ୍ର ହେବାରୁ ଜଣେ ଯୁବକ ଅନ୍ୟ ଜଣଙ୍କ ପେଟରେ ଛୁରି ଭୁସି ଦେଇଥିଲେ । ଆହତ ଯୁବକ ଜଣଙ୍କ ନାମ କେ . ଦୁର୍ଯ୍ୟଧନ ରେଡ୍ଡୀ ବୋଲି ଜଣା ପଡିଛି ।