ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଜନା ଓଡିଶାରେ ଲାଗୁ ହୋଇପାରେ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ପାଇଁ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ରାଜ୍ୟ ସରକାର ଏହାକୁ ମନା କରି ଦେଇଥିଲେ । ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ଆପଣେଇ ଥିବାରୁ ଏହାକୁ ପ୍ରତ୍ୟାଖାନ କରିଥିଲେ । କିନ୍ତୁ ଆଜି ଆୟୁଷ୍ମାନ ଭାରତ ସିଇଓ ଇନ୍ଦୁ ଭୂଷଣଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରୁଛନ୍ତି । ଆଲୋଚନାରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଅଛନ୍ତି । ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ ।
କେନ୍ଦ୍ରର ଏହି ଯୋଜନାରେ ୨୫ଟି ରାଜ୍ୟ ସାମିଲ ହୋଇଥିଲେ ଜ୍ଝ ଓଡିଶା ସମେତ ୫ଟି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଥିଲେ। ସୋମବାର ଦିନ ଡ. ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ପ୍ରତିଟି ଲୋକ କିଭଳି ସାମିଲ ହୋଇପାରିବେ ତାହା ତାଙ୍କର ପ୍ରାଥମିକତା ରହିବ ।
ସୂଚନାଯୋଗ୍ୟ,୨୦୧୮ ମସିହା ସେପ୍ଟେମ୍ବର ୨୩ ତାରିଖରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ । ଦିଲ୍ଲୀ ,ଓଡିଶା,ତେଲେଙ୍ଗାନା ଏହି ଯୋଜନାରେ ସାମିଲ ହୋଇନଥିଲେ । ବର୍ତ୍ତମାନ ଯାଏଁ ଏହି ଯୋଜନାରେ ୨୭ ଲକ୍ଷ ଲୋକ ଲାଭ ପାଇଥିବାବେଳେ ୩ କୋଟି ୪୫ ଲକ୍ଷ ଇ କାର୍ଡ ଜାରି କରାଯାଇଛି।