ପୁରୀ (ଏଟିଆର ବ୍ୟୁରୋ): ଜଳୁଛି ଶ୍ରୀକ୍ଷେତ୍ର ପୁରୀ । ଚାରିଆଡେ ଅଶାନ୍ତ ବାତାବରଣ । ବନ୍ଦ ଡାକରାରେ ଉଗ୍ରରୂପ ନେଇଛି ଅନ୍ଦୋଳନ । ଧାଡି ଦର୍ଶନକୁ ବିରୋଧ କରି ବିକ୍ଷୋଭକାରୀ ବା ଆନ୍ଦୋଳନକାରୀଙ୍କ ହିଂସ୍ର ରୂପ ଦେଖିବାକୁ ମିଳିଛି । କେଉଁଠି ବ୍ୟାରିକେଡ ଭାଙ୍ଗି ଦିଆଯାଇଛି ତ ଆଉ କେଉଁଠି ଟ୍ରାଫିକ ପୋଷ୍ଟ ଉପାଡି ଦେଇଛନ୍ତି କର୍ମୀ । ବଡଦାଣ୍ଡରେ ଠା ଠା ରେ ଜଳୁଛି ନିଆଁ । ଏଥିରେ ଅନେକ ସାଧାରଣ ଜନତା ଆହତ ହୋଇଛନ୍ତି । ଏଥିରୁ ବାଦ ପଡିନି ବିଧାୟକ, ଏବଂ ଏସପି ଙ୍କ ବାସଭବନ । ପରିସ୍ଥିତିକୁ ଆୟତକୁ ଆଣିବା ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ରବର ଗୁଳି ମାଡ କରିଥିଲା । ଏହାସହିତ ଟାଉନ ଥାନାରୁ ସିଂହଦ୍ୱାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।
ଏହି ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ଭାବେ ଡାକରା ହୋଇଥିଲା କିନ୍ତୁ ଏହା ଅଶାନ୍ତ ରୂପ ନେଇଛି । ସପୂର୍ଣ୍ଣ ବଦଳି ଯାଇଛି ପୁରୀ ସହରର ସ୍ଥିତି । ଏଠିି ପ୍ରଶ୍ନ ଉଠୁଛି ସକାଳୁ ଶ୍ରୀଜଗନ୍ନାଥ ସେନାର ଅବାହାକଙ୍କୁ ପୋଲିସି ଗିରଫ କରି ନେବା ବରେ କାହିଁକି ଚୁପ୍ ହୋଇଯାଇଥିଲା । ଯାହାକୁ ନେଇ ଉତ୍ତେଜନା ବଢିଯାଇଥିଲା ।
ଅନ୍ୟପକ୍ଷରେ ପୁରୀ ସ୍ଥିତିକୁ ନେଇ ଜରୁରୀ ବୈଠକ ଡକାଇଛନ୍ତି ଡିଜିପି । ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଯାଇଛି । କିଭଳି ଭାବେ ସ୍ଥିତି ଆୟତକୁ ଆସିବ ସେ ନେଇ ବୈଠକରେ ଆଲୋଚନା ଚାଲିଛି ।