ଭୁବନେଶ୍ୱର (ଏଟିଆର ବ୍ୟୁରୋ) ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ବର୍ତ୍ତମାନଠାରୁ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି । ଏହି ରାଜନୈତିକ ଖଣ୍ଡ ଯୁଦ୍ଦରେ କିଏ ଦଳରୁ ତଡା ଖାଉଛି ତ କିଏ ଦଳରୁ ବାହାରି ଯିବା ପରେ ନୂଆ ଦଳ କରିବାକୁ ପ୍ରୟାସ କରୁଛି । ଆଉ କେହି ନେତା କେଉଁ ଦଳରେ ରହିବେ ତାହା ଠିକ୍ କରିପାରୁନାହାଁନ୍ତି ।
ଏଥିରୁ ଆପଣ ସ୍ପଷ୍ଠ ଜାଣି ଯିବେଣି କି ଆମେ କାହା କଥା କହୁଛୁ । କାରଣ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଦୁଇ ତୁଙ୍ଗ ନେତା ବା ଚିହ୍ନା ମୁହଁ ତଥା ଦାମ ବାବୁ ଓ ବୈଜୟନ୍ତ ପଣ୍ଡା । ଏହି ଦୁଇ ନେତା ଦଳ ବିରୋଧି କାର୍ଯ୍ୟ କରି ତଥା ଦଳର ଗୁମର ପଦାରେ ପକାଇ ଦଳରୁ ତଡା ଖାଇଛନ୍ତି । ଦଳରୁ ତଡା ଖାଇବା ପରେ ଦୁଇ ନେତା ଗୋଟିଏ ନୂଆ ଆଞ୍ଚଳିକ ଦଳ କରିବାକୁ ଶୁଣାଯାଉଥିବା ବେଳେ ଏବେ ବୈଜୟନ୍ତଙ୍କ ଗତି କେଉଁ ଆଡେ ଯାଉଛି ତାହା ସ୍ପଷ୍ଟ ଜଣାପଡୁନାହିଁ । କାରଣ ବୈଜୟନ୍ତ ପ୍ରଥମେ ବିଜେପିରେ ମିଶିବା ନେଇ ଶୁଣାଯାଉଥିବା ବେଳେ ଏବେ ଗତି କଂଗ୍ରେସ ମୁହାଁ ହୋଇଯାଇଛି ।
ନିକଟରେ ଦିଲ୍ଳୀରେ ଏକ କାର୍ଯ୍ୟକ୍ରମରେ ବୈଜୟନ୍ତ ସୋନିଆଙ୍କ ସହ ଭେଟିଥିଲେ । ଏବଂ ବୈଜୟନ୍ତ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନଙ୍କ ମିଶୁଥିବାର ଚିତ୍ର ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ବୈଜୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ମତାମତ ନେଉଛନ୍ତି । କିନ୍ତୁ ଏପଟେ ଦାମ ନୂଆ ଦଳ ଗଢ଼ିବେ ଏବଂ ଅସଲି ବିଜୁ ପ୍ରେମୀ ଦଳରେ ସାମିଲ ହେବେ ବୋଲି କହିଥିବା ବେଳେ ବୈଜୟନ୍ତଙ୍କ ଦୋମୁହାଁ ନୀତି ଦାମଙ୍କୁ ଅଡୁଆରେ ପକାଉଛି । ସେପଟେ ବିଭିନ୍ନ ସମସ୍ୟାକୁ ନେଇ ଚର୍ଚ୍ଚାରେ ବୈଜୟନ୍ତ ତଥା ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ ଘଟଣା ଏବଂ ଚିଲିକା ଉପରେ ହେଲିକପ୍ଟର ଉଡେଇବା ଘଟଣାକୁ ନେଇ ମଧ୍ୟ ବିବାଦ ଘେରରେ ଛନ୍ଦି ହୋଇପଡିଛନ୍ତି ।