ଭୁବନେଶ୍ୱର (ଏଟଆର ବ୍ୟୁରୋ): ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ଓ ବୈଜୟନ୍ତଙ୍କ ବିଦାବ ସେତେ ଘନଉଛି । କେତେବଳେ ବୈଜୟନ୍ତ ବିଜେଡକୁ ଟାର୍ଗେଟ କରୁଛନ୍ତି ତ ପୁଣି କେତେ ବେଳେ ବିଜେଡି ଟାର୍ଗେଟରେ ବୈଜୟନ୍ତ । ବୈଜୟନ୍ତ ବିଜେଡି ଛାଡିବା ଦିନଠାରୁ ଏହି ପ୍ରକ୍ରିୟା ଲାଗି ରହିଛି । ବୈଜୟନ୍ତ ବିଜେଡିର ତୃତୀୟ ମହଲାକୁ ଆକ୍ଷେପ କଲାବେଳେ ବିଜେଡି ବୟକଟ୍ କରୁଛି ବୈଜୟନ୍ତଙ୍କ ଟିଭି ଚ୍ୟାନେଲକୁ । ଏହି ନିକଟରେ ବିଜେପି ଅଭିଯୋଗ କରିଥିଲା ଯେ ଜୟଙ୍କ ଟିଭି ଚ୍ୟାନେଲ ବିଜେପିକୁ ସପୋର୍ଟ କରୁଛି ।କିଛି ନିଦ୍ଧିଷ୍ଟ ପ୍ରଶ୍ନ ପଚାରି ଲୋକଙ୍କୁ ବିଭ୍ରାନ୍ତ କରୁଛି ।
ଯାହାକୁ ନେଇ ବିଜେଡି ନିର୍ବାଚନ କମିଶନଙ୍କ ଦୃଷ୍ଟି ଗୋଚର କରିଥିଲା । ଦିନ କେଇଟା ଯାଇନି ପୁଣି ଏକ ଅଭିଯୋଗ ନେଇ ବିଜେଡି ବୈଜୟନ୍ତଙ୍କୁ ଘେରିଛି । ବିଜେଡି ବୈଜୟନ୍ତଙ୍କ ନାମରେ ମିଥ୍ୟା ସତ୍ୟପାଠର ଅଭିଯୋଗ ଆଣିଛି । ବିଜେଡି ଅଭିଯୋଗ କରିଛି ଇମ୍ଫାର ଭାଇସ୍ ଚେୟାରମ୍ୟାନ୍ ଭାବେ ବୈଜୟନ୍ତ ବାର୍ଷିକ ୨ କୋଟି ଟଙ୍କା ପାଉଛନ୍ତି । ଯାହା ସେ ଚଳିତ ଥର ନିଜ ସତ୍ୟପାଠରେ ଦର୍ଶାଇଛନ୍ତି । କିନ୍ତୁ ବୈଜୟନ୍ତ ଗତ ନିର୍ବାଚନରେ ନିଜ ସତ୍ୟପାଠରେ ଏହି କଥାକୁ ଲୁଚାଇଥିଲେ ବୋଲି ବିଜେଡି ଅଭିଯୋଗ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖ ପାତ୍ର ସସ୍ମିତ ପାତ୍ର ଅଭିଯୋଗ ଆଣିଥିଲେ ।
ଯାହାକୁ ବୈଜୟନ୍ତ ଖଣ୍ଡନ କରିଛନ୍ତି । କହିଛନ୍ତି ବିଜେଡି ସମ୍ପୁର୍ଣ୍ଣ ବିଭ୍ରାନ୍ତିକର ତଥ୍ୟ ଦେଉଛି ତାଙ୍କ ପୂର୍ବ ସତ୍ୟପାଠରେ ଆୟର ସବିଶେଷ ତଥ୍ୟ ସେ ଦେଇଥିଲେ । ଯେଉଁଥି ପାଇଁ ଅଦାଲତ ଏ ମାମଲା ଉପରେ ରହିତାଦେଶ ଜାରି କରିଛନ୍ତି । ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି ବିଜେଡିରେ ୧୮ବଷ ର୍ ସାଂସଦ ଥିବା ବେଳେ ବିଜେଡି ଏମତି କୌଣସି ଅଭିଯୋଗ ଆଣିନଥିଲା । ଗତ ୨ ବର୍ଷ ହେଲା ମୋର ତୃଟି ବାହାର କରୁଛି । ବିଜେଡି ଏବେ ଦୁର୍ନିତି ଗ୍ରସ୍ତ ଓ ଅପରାଧୀଙ୍କ ଦଳ ପାଲଟିଛି । ଓଡିଶା ବାସୀ ଏ ନେଇ ଅବଗତ ଅଛନ୍ତି । ଆଉ କେଇଟା ସପ୍ତାହ ପରେ ଓଡିଶା ଏମାନଙ୍କ ଠାରୁ ମୁକ୍ତ ହେବ ।