କଟକ (ଏଟିଆର ବ୍ୟୁରୋ): ଆସନ୍ତା ୧୫ରୁ ୨୪ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ବୈଶାଖୀ ବାଣିଜ୍ୟ ମେଳା । କଟକ ଉପର ବାଲିଯାତ୍ରା ପଡିଆରେ ଏହି ମେଳା ଆୟୋଜିତ ହେବ । ଏହି ବୈଶାଖୀ ବାଣିଜ୍ୟ ମେଳାକୁ ମିନି ବାଲିଯାତ୍ରା ମଧ୍ୟ କୁହାଯାଇଥାଏ । ଗତକାଲି ସଂନ୍ଧ୍ୟାରେ ଓଡିଶା ଅଲମ୍ପିକ ଆସୋସିଏସନ ସମ୍ମିଳନୀ କକ୍ଷରେ ଆଯୋଜିତ ସାମ୍ବାଦିକ ସମ୍ମିଳନୀରେ ବୈଶାଖୀ ବାଣିଜ୍ୟ ମେଳା ଆୟୋଜକ ଏନେଇ ସୂଚନା ପ୍ରଦାନ କରିଛନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଭିନ୍ନ ରାଜ୍ୟରୁ ବ୍ୟବସାୟୀମାନେ ଆସିବେ । ଦିଲ୍ଲୀ, ହରିୟାଣା, ପଶ୍ଚିମବଙ୍ଗ, ଗୁଜୁରାଟ, ଆସାମ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶରୁ ବ୍ୟବସାୟୀମାନେ ଆସି ନିଜ ନିଜ ଜିନିଷର ବେପାର କରିବେ । ତେବେ ଚଳିତ ବର୍ଷ ପାଖାପାଖି ୪୯୦ଟି ଷ୍ଟଲ ପଡିବ ।
କିଣା କିଣି ସାଙ୍ଗକୁ ଖାଦ୍ୟପେୟ ପାଇଁ ଏଥର ସ୍ୱତନ୍ତ୍ର ଭାବେ ଅଟୋ ଏକ୍ସପୋ ଆୟୋଜନ ହେଉଥିବା ବେଳେ ଫୁଡକୋର୍ଟକୁ ବିଶେଷ ଭାବେ ନିମନ୍ତ୍ରଣ କରାଯାଇଛି । ଖାଲି ସେତିକି ନୁହେଁ ୧୭ ଓ ୧୮ ତାରିଖ ଦୁଇଦିନ ଧରି ଚିତ୍ରାଙ୍କନ ପ୍ରତିଯୋଗୀତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ୨୦ତାରିଖ ସଂନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ଏହାଛଡା ପ୍ରତିଦିନ ସଂନ୍ଧ୍ୟାରେ ଲୋକମାନଙ୍କର ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆଯୋଜନ କରାଯାଇଛି । ତେବେ ଆୟୋଜକଙ୍କ ପକ୍ଷରୁ ଗରିବ ଥାଲାସେମିଆ ରୋଗୀଙ୍କୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସମ୍ବାଦିକ ସମ୍ମିଳନୀରେ ମେଳାର ଆୟୋଜକ କମିଟିର ପରାମର୍ଶଦାତା ଡ. ଶରତ କୁମାର ସାହୁ, ବିଧାୟକ ଇଂ. ମହମ୍ମଦ ମୋକିମ , ରଞ୍ଜନ ବିଶ୍ୱାଳ, ମଧୁସୂଦନ ସାହୁ, ଆବାହକ ଆଶୀର୍ବାଦ ବେହେରା , ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।