ଚାନ୍ଦବାଲି (ଏଟିଆର ବ୍ୟୁରୋ): ଦବିଗଲା ବୈତରଣୀ ନଦୀ ବନ୍ଧ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସାଥୀବାଙ୍କୁଡାଠାରେ ଏହି ନଦୀ ବନ୍ଧ ଦବି ଯାଇଛି । ପ୍ରାୟତଃ ୫ରୁ ୧୦ ଫୁଟ ତଳକୁ ଦବି ଯାଇଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
ଖବରମୁତାବକ, ୨୦୦ ଫୁଟ୍ ର ନଦୀ ବନ୍ଧର କାମ ଚାଲିଛି । ତାସତ୍ୱେ ମଧ୍ୟ ଗତକାଲି ସନ୍ଧ୍ୟାରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଥିଲା । ନିମ୍ନମାନର କାମ ଯୋଗୁଁ ଏଭଳି ସମସ୍ୟା ବାରମ୍ବାର ଉପୁଜୁଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହାସହିତ ନଦୀ ବନ୍ଧ ଦବି ଯାଇଥିବାରୁ ଜୁଆର ପାଣି ମାଡି ଯିବା ଭୟରେ ନଦୀକୂଳିଆ ଲୋକ ଆତଙ୍କିତ ହୋଇପଡିଛନ୍ତି ।