କଟକ (ଏଟିଆର ବ୍ୟୁରୋ); ପାଖେଇ ଆସୁଛି କଟକର ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ । ଏନେଇ ଆଜିଠୁ ଆରମ୍ଭ ହୋଇଛି କ୍ଷୁଦ୍ର ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନ, ସାଧାରଣ ବ୍ୟବସାୟୀଙ୍କ ପ୍ଲଟ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା । ଏହି ପ୍ରକ୍ରିୟା ଆଜିଠୁ ନଭେମ୍ବର ୧୦ ଯାଏଁ ଚାଲିବ ।
ସେହିପରି ନଭେମ୍ବର ୧୧ ରୁ ୧୫ ତାରିଖ ମଧ୍ୟରେ ପ୍ଲଟ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହି ସମସ୍ତ ପ୍ରକ୍ରିୟା ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସରେ ଚାଲିଥିବା ବେଳେ ଏହା ନଭେମ୍ବର ୨୦ ସୁଦ୍ଧା ଶେଷ ହେବ ।