ପୁରୀ (ଏଟିଆର ବ୍ୟୁରୋ): ରାଜ୍ୟରେ ବ୍ୟାପି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବାହାର ଜିଲ୍ଲାର ଲୋକଙ୍କ ଶବସତ୍କାର ପାଇଁ ବାରଣ କରାଯାଇଛି । କରୋନା ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଏହି କଟକଣା ଜାରି ରହିବ । ଅକ୍ଟୋବର ୩୧ ଯାଏଁ ପୁରୀ ଜିଲ୍ଲା ବାହାରୁ କୌଣସି ବ୍ୟକ୍ତିଙ୍କର ସ୍ୱର୍ଗଦ୍ୱାରରେ ଶବଦାହ ହୋଇପାରିବ ନାହିଁ ।
ଅନ୍ୟପଟେ ଅସ୍ଥି ବିସର୍ଜନ ପାଇଁ ମଧ୍ୟ ମହୋଦଧିରେ କଟକଣା ଜାରି ରହିବ । ଏହି କଟକଣାକୁ ଅକ୍ଟୋବର ୩୧ ଯାଏଁ ବୃଦ୍ଧି କରାଯାଇଛି । କେବଳ ପୁରୀ ଜିଲ୍ଲାବାସୀ ମାନଙ୍କୁ କୋଭିଡ ନିୟମ ମାନି ସ୍ୱର୍ଗଦ୍ୱାରରେ ଶବଦାହ ଏବଂ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ଅନୁମତି ରହିଛି ।