କେନ୍ଦ୍ରାପଡା (ଏଟିଆର ବ୍ୟୁରୋ): ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଜୁଲାଇ ୩୧ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ପ୍ରବେଶ ଉପରେ କଟକଣା ରହିଛି । ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ରାଜନଗର ବନବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
ପ୍ରଜନନ ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇପଡନ୍ତି ଯାହାଫଳରେ ସେମାନଙ୍କୁ ବାଧା ଲାଗିଲେ ଆକ୍ରମଣ ମଧ୍ୟ କରିବାକୁ ପଛନ୍ତି ନାହିଁ । ସେଥିପାଇଁ ଏହି ସମୟରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।