ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାମ ବାକି ରହିଯାଇଛି ତାହାଲେ ତାକୁ ଶୀଘ୍ର ସାରି ଦିଅନ୍ତୁ । କାରଣ ଆସନ୍ତା ୨୧ ତାରିଖରୁ ବ୍ୟାଙ୍କ ବନ୍ଦ ରହିବ । ଏନେଇ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ଘୋଷଣା କରାଯାଇଛି ।
ପ୍ରକାଶ ଯେ, ଭାରତୀୟ ବ୍ୟାଙ୍କ ସଂଘ ଅଧିକାରୀ ବିଭାଜନ କରି ପ୍ରଥମ ସ୍କେଲରୁ ତୃତୀୟ ସ୍କେଲ ଅଧିକାରୀଙ୍କ ଦରମା ବୃଦ୍ଧିକୁ ନେଇ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନ କରିବେ । ଏହି ଆନ୍ଦୋଳନ ପ୍ରଥମେ ୨୧ତାରିଖରୁ ଆରମ୍ଭ ହେବ । କିନ୍ତୁ ୨୪ତାରିଖରେ ବ୍ୟାଙ୍କ ଖୋଲା ରହିବ ।
ପୁଣି ଆଉଥରେ ବ୍ୟାଙ୍କ ୨୫ତାରିଖରେ ବନ୍ଦ ରହିବ ବୋଲି ଜଣା ପଡିଛି । ଏହି ବନ୍ଦ ଦିନଗୁଡିକରେ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଅନ୍ୟପଟେ ଯଦି ଏହାପରେ ମଧ୍ୟ ଆନ୍ଦୋଳନକାରୀଙ୍କ ଦାବି ପୂରଣ ନକରାଯାଏ ତେବେ ସେମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି ।