ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲାଗିପଡିଛି । ଦ୍ରୁତ ଗତିରେ ଭାଇରସ ବ୍ୟାପୁଥିବାର ଦେଖି ସରକାର ଏପର୍ଯନ୍ତ ୧୪ ଟି ଜିଲ୍ଲାକୁ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯେଉଁ ଅଞ୍ଚଳ ଗୁଡିକୁ ତାଲା ବନ୍ଦ ଭାବେ ଘୋଷଣା କରାଯାଇଛି । ସେହି ସବୁ ଅଞ୍ଚଳରେ
ଦିନ ୧୦ ଟାରୁ ୨ ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ ଏବଂ କାର୍ଯ୍ୟ ହେବ । କାର୍ଯ୍ୟଦିବସ ଗୁଡିକରେ ବ୍ୟାଙ୍କ ୨ ଟା ପୂର୍ବରୁ ବନ୍ଦ ହେବ ନାହିଁ ।
ସୁବିଧା ଦେଖି ବ୍ୟାଙ୍କ ଗୁଡିକରେ କମ୍ କର୍ମଚାରୀ ନିୟୋଜିତ ହୋଇ କାମ କରିବେ । ଗୋଟେ ସ୍ଥାନରେ୭ ରୁ ଅଧିକ କର୍ମଚାରୀ ଏକାଠି ହେବେ ନାହିଁ । ଏହାସହିତ ଏଟିଏମ୍ ପାଇଁ ନଗଦ ଟଙ୍କା ଉପଲବ୍ଧ ରହିବ । ସବୁଠାରୁ ମୂଳ କଥା ହେଉଛି ଗ୍ରାହକଙ୍କୁ ପ୍ରଥମତଃ ଇଂଟରନେଟ୍ ବ୍ୟାଙ୍କିଂ , ଅନଲାଇନ୍ ପେମେଣ୍ଟ, ମୋବାଇଲ ବ୍ୟାଙ୍କିଂ ପାଇଁ କରିବା ପାଇଁ ଉତ୍ସାହିତ କରାଯିବ ।