ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢିବାରେ ଲାଗିଛି । ବତ୍ତର୍ବମାନ ସୁଦ୍ଧା ରାଜ୍ୟରେ ୧୮୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛିନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ୭ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍ଡାଉନ୍ । କରୋନା ସଂକ୍ରମଣକୁ ନଜରରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବାଣପୁର ଏନଏସିକୁ ୭ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ବାଣପୁରରେ ୨୦ରୁ ଉର୍ଦ୍ଦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟାରେ ରୋକ ଲଗାଇବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି ।
ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବଜାର ଓ ମାର୍ଶାଘାଇ ପଞ୍ଚାୟତର ୧୦,୧୧,୧୨,୧୩ ଏବଂ ୧୪ ନମ୍ବର ଓ୍ବାଡକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ କରିଛନ୍ତି ମାର୍ଶାଘାଇ ପଞ୍ଚାତୟର ସରପଞ୍ଚ। ମାର୍ଶାଘାଇ ପଞ୍ଚାୟତରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ୪ଟି ଓ୍ବାର୍ଡକୁ ସଟଡାଉନ୍ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ କରୋନା ମହାମାରୀକୁ ବ୍ୟାପିବାରୁ ରୋକିବା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏହି କ୍ଷମତାକୁ ପ୍ରୟୋଗ କରିଛନ୍ତି ମାର୍ଶାଘାଇ ସରପଞ୍ଚ । ତେବେ ପୂର୍ବରୁ ମଧ୍ୟ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ସରପଞ୍ଚ ମାନେ ଜିଲ୍ଲାପାଳ ମାନଙ୍କ କ୍ଷମତା ପ୍ରୟୋଗ କରିଥିବାର ନଜରରେ ଆସିଛି ।