ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ୧୨ ତାରିଖରେ ବାପୁଜୀ ନଗର ମାର୍କେଟକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସିଲ୍ କରି ଦିଆଯାଇଥିଲା । ଏହାର କିଛି ଦିନ ପୂର୍ବରୁ ଏହି ମାର୍କେଟ ଖେଲାଯାଇଥିଲା । ହେଲେ ଏଠାରେ ସାମାଜିକ ଦୂରତା ରକ୍ଷା ହେଉନଥିବା ଅଭିଯୋଗରେ ଏହି ମାର୍କେଟକୁ ବିଏମସି ପକ୍ଷରୁ ସିଲ୍ କରାଯାଇଥିଲା । କେବଳ ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା ।
ତେବେ ଆଜି ସ୍ୱତନ୍ତ୍ର ଏସଓପି ସହ ଦୋକାନ ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ଦୋକାନ ଭିତରେ ସାମାଜିକ ଦୂରତା ରକ୍ଷା କରିବା, ଦୋକାନ ବାହାରେ ସାମଗ୍ରୀ ପ୍ରଦର୍ଶନ ନକରିବା, ସମସ୍ତ କର୍ମଚାରୀ ମାସ୍କ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସକାଳ ୭ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ କୁହାଯାଇଛି । ତେବେ ଦେକାନ ଖୋଲିବା ଅନୁମତି ପାଇବା ପରେ ବ୍ୟବସାୟୀ ମାନେ ଖୁସି ଅଛନ୍ତି ।