ବରଗଡ (ଏଟିଆର ବ୍ୟୁରୋ): ଗତ ଡିସେମ୍ବର ୩୧ ତାରିଖ ଠାରୁ ଆରମକଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହି ଅବସରରେ କାଲି ବନ୍ଦୀ ଶାଳାରେ ଦେବକୀଙ୍କ କୋଳରୁ ଜନ୍ମ ନେଇଛନ୍ତି ଶ୍ରୀକୃଷ୍ଣ । ଗତାକାଲି ଶ୍ରୀକୃଷ୍ଣଙ୍କ ଜନ୍ମକୁ ଗୋପପୁରବାସୀ ଆନ୍ଦ ଓ ଉଲ୍ଲାସର ସହିତ ସ୍ୱାଗତ କରିଛନ୍ତି ।
ଶ୍ରୀକୃଷ୍ଣଙ୍କ ଜନ୍ମ ସମ୍ବାଦ ପାଇବା ପରେ ବନ୍ଦୀଶାଳାକୁ ଯାଇଛନ୍ତି ମାମୁଁ କଂସ । ସେଠାରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି କଂସ ମହାରାଜ । ଆଜି ବରଗଡ ଧନୁଯାତ୍ରାର ଚତୁର୍ଥ ଦିନ ରହିଛି ।