ବାରିପଦା(ଏଟିଆର ବ୍ୟୁରୋ): ପୁଣି ପୁଲିସକୁ ଚକମା ଦେଲେ କଏଦୀ । ଶୌଚ ବାହାନା କରି ଚମ୍ପଟ ମାରିଲେ । ଏଭଳି ଏକ ଘଟଣା ନଜରକୁ ଆସିଛି ବାରିପଦାରେ । ଚମ୍ପଟ କଏଦୀର ନାଁ କାହ୍ନୁଚରଣ ମାରାଣ୍ଡି ଓ ତା’ ଘର ବଡସାହି ବ୍ଲକ୍ ବନ୍ତଳ ସାହିରେ ।
ରିପୋର୍ଟ ଅନୁସାରେ, ବାରିପଦାର ପି ଆରଏମ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିଲେ କାହ୍ନୁ । ଗତ ୬ ତାରଖରେ ସେ ଅସୁସ୍ଥ ହୋଇପଡିଥିଲେ । ତେଣୁ ବାରିପଦା ପିଆରଏମ୍ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଆଜି ଭୋର ୪ଟା ବେଳେ ଶୌଚ ଯିବା ପାଇଁ କହି ଆଉ ଫେରି ନଥିଲେ । ଖୋଜାଖୋଜି କରିବାରୁ ଶୈାଚାଳୟର ଝରକା କାଚ ଭାଙ୍ଗି ସେ ଚମ୍ପଟ ମାରିଥିବା ଜଣାପଡିଥିଲା । ସେପଟେ କାର୍ଯ୍ୟରେ ଅବହେଳା ଯୋଗୁ ଦୁଇ ୱାର୍ଡରଙ୍କୁ ନିଲମ୍ବିତ କରିଛନ୍ତି ଜେଲ ଅଧୀକ୍ଷକ । ଜେଲରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏବେ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।