ଭୁବନେଶ୍ୱର( ଏଟିଆର ବ୍ୟୁରୋ): ବାରପଦା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ବାରିପଦାରେ ଦଳ ରାଜ୍ୟସଭା ସାଂସଦ ସରୋଜୀନି ହେମ୍ବ୍ରମକୁ ସେଠାରେ ଭରଷା କରିଛି । ସାନନ୍ଦ ମାରାଣ୍ଡିଙ୍କ ଟିକେଟ କାଟି ଦଳ ଏଠାରେ ସରୋଜୀନଙ୍କୁ ପ୍ରାର୍ଥୀ କରିଛି । ପୁର୍ବରୁ ସରୋଜିନ ୨୦୦୯ ମସିହାରେ ବାରିଙ୍ଗପୋଷି ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହୋଇଥିଲେ । ଏବଂ ୨୦୧୪ ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।
ଉକ୍ତ ଆସନରୁ ଆଶାୟୀ ଥିଲେ ଉପ- ବାଚସ୍ପତି ସାନନ୍ଦ ମାରାଣ୍ଡି ଯାହାକୁ ନେଇ ଉକ୍ତ ଆଶନରେ କାହାକୁ ଟିକେଟ ମିଳିବ କୁ ନେଇ ଦ୍ୱଦରେ ରହିଥିଲେ କର୍ମୀ ମାନେ । ବର୍ତ୍ତମାନ ଏଥିରେ ପୂର୍ଣ୍ଣଛେଦ ପଡିଛି । ଦଳ ପକ୍ଷରୁ ଏଠାରେ ମହିଳା କାର୍ଡ ଖେଳା ଯାଇଥିବା ସାଧାରଣରେ ଆଲୋଚନା ହେଉଛି । ସୂଚନାଯୋଗ୍ୟ ସାନନ୍ଦ ମାରାଣ୍ଡି ୨୦୦୯ ଓ ୨୦୧୪ ମସିହାରେ ବାରିପଦା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । କେବଳ କେନ୍ଦ୍ରାପଡାକୁ ଛାଡି ଦଳ ୧୪୭ରୁ ୧୪୬ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ସରୋଜୀନି ପୁର୍ବତନ ମନ୍ତ୍ରୀ ଚୈତନ୍ୟ ମାଝିଙ୍କ କନ୍ୟା ।