ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଭୁବନେଶ୍ୱର ପୌରପାଳିକା ଓ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ ବର୍ଷା ଜଳ ନିଷ୍କାସନ ପାଇଁ ତତ୍ପରତା ଦେଖାଇଛନ୍ତି । ଉଭୟ ଇସ୍କନ ମନ୍ଦିର ସମ୍ମୁଖ ଦେଇ ଯାଇଥିବା କେନାଲକୁ ଗଭୀର ଗାତ ଖୋଳିବା ସହ ପାଣି କିପରି ଠିକ୍ ଭାବେ ନିଷ୍କାସନ ହେବ ଏନେଇ କାର୍ଯ୍ୟ ଚଳାଇଛନ୍ତି । ସେଥିପାଇଁ କେନାଲ ଆଖପାଖରେ ଥିବା ସମସ୍ତ ହୋଡିଙ୍ଗ ଓ ଛୋଟବଡ ଦୋକାନଗୁଡିକୁ ମଧ୍ୟ ଉଠାଇ ଦିଆଯାଇଛି ।
ପ୍ରକାଶ ଥାଉ କି, ଗତ କିଛି ଦିନ ପୂର୍ବରୁ ଅସରାଏ ବର୍ଷାରେ ବରମୁଣ୍ଡାରୁ ଜୟଦେବ ବିହରାକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ତଥା ଇସ୍କନ ମନ୍ଦିର ସମ୍ମୁଖରେ ମଣିଷ ଉଞ୍ଚର ବର୍ଷା ପାଣି ଜମି ରହିଥିଲା । ଫଳରେ ସମସ୍ତ କାର ଓ ବାଇକ ଭାଷୁଥିବାର ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏବଂ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଥିଲେ । ଏହାକୁ ଦୃଷ୍ଟରେ ରଖି ଦୁଇଦିନ ପୂର୍ବରୁ କଂଗ୍ରେସ କର୍ମମାନେ ଏନଏଚଆଇ କାର୍ଯ୍ୟାଳୟରେ ପାଣି ଢାଳିଥିଲେ ।