ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ଆଉ ବେଆଇନ ଗାଡି ପାର୍କିଂ କରିପାରିବେ ନାହିଁ । ନୋ ପାର୍କିଂ ଜୋନ ବା ରାସ୍ତାରେ ଗାଡି ପାର୍କିଂ କଲେ ଗାଡି ଉଠାଇ ନେବ ପୋଲିସ । ସେଥିପାଇଁ ପୋଲିସ ଅଧିକାରୀ ଏବଂ ପୋଲିସକୁ ନେଇ ଏକ ଟିମ୍ ଗଠନ ହୋଇଛି ।
ଏନେଇ ବିଏମସି କମିଶନର , ବ୍ୟବସାୟୀ ଏବଂ ସପିଙ୍ଗମଲ ମାଲିକମାନଙ୍କୁ ସତର୍କ କରାଇଛନ୍ତି । ଏହାସହିତ ମଲ୍ଟିଲେବଲ ପାର୍କିଂ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି । ପାର୍କିଂ ପାଇଁ ୩୦ ରୁ ଅଧିକ ସ୍ଥାନ ବିଏମସି ପକ୍ଷରୁ ଚିହ୍ନଟ ହୋଇଛି ।