ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ୯୦୦୮ କୋଭିଡ ବେଡ ରହିଥିବାବେଳେ ୧୫୬୭ ଟି ବେଡ ରହିଛି । ବେଡ ସଂଖ୍ୟା ମଧ୍ୟରୁ ଘରୋଇ ହସ୍ପିଟାଲରେ ୪୬୪୦ ବେଡ ରହିଥିବାବେଳେ ସରକାରୀ ହସ୍ପିଟାଲରେ ୪୩୬୮ ଟି ବେଡ ରହିଛି ।
ସେହିପରି ଘରୋଇ ହସ୍ପିଟାଲରେ ୭୫୩ ରୋଗୀ ରହିଥିବାବେଳେ ସରକାରୀ ହସ୍ପିଟାଲରେ ୮୨୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏଥିମଧ୍ୟରୁ ଘରୋଇ ହସ୍ପିଟାଲର ୧୪୯୪ ଆଇସିୟୁ ରହିଥିବାବେଳେ ୩୨୦ ରୋଗୀ ଅଛନ୍ତି । ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ରହିଥିବାବେଳେ ୨୦୧୮ ରୋଗୀ ରହିଛନ୍ତି । ଏନେଇ ସ୍ପାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଅନ୍ୟପଟେ ଘରୋଇ ହସ୍ପିଟାଲରେ ୬୦୩ ଭେଣ୍ଟିଲେଟର ରହିଥିବାବେଳେ ୪୨ ଜଣ ରୋଗୀ ଅଛନ୍ତି । ସେହିପରି ସରକାରୀ ହସ୍ପିଟାଲରେ ୧୭୯ ରହିଥିବାବେଳେ ରୋଗୀ ସଂଖ୍ୟା ୧୮ ରହିଛି ।