ତେଲକୋଇ ( ଏଟିଆର ବ୍ୟୁରୋ): କାଳ ହେଲା ଛତୁ ଖୋଜିବା । ଛତୁ ଖୋଜିବାକୁ ଯିବା ବେଳେ ଭାଲୁ ସହ ହେଲା ଭେଟ । ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ତେଲକୋଇ ଜଙ୍ଗଲ ଖୁଣ୍ଟାପଡା ଗାଁରେ । ସୂୂଚନା ଅନୁସାରେ ଗ୍ରାମର ଅଖିଳ ମଖି ଛତୁ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ । ସେଠାରେ ତଳକୁ ଅନାଇ ଛତୁ ତୋଳୁଥିବା ବେଳେ ସେଠାେରେ ୩ ଭାଲୁଙ୍କ ସହିତ ତାଙ୍କର ମୁହାଁମୁହିଁ ହୋଇଥିଲା ।
ସେଥି ମଧ୍ୟରୁ ଗୋଟିଏ ଭାଲୁ ହଠାତ ଅଖିଳଙ୍କ ଉପରକୁ ଆକ୍ରମଣ କରିଥିଲା । ଯାହା ଫଳରେ ଅଖିଳ ଆହତ ହୋଇଥିଲେ । ଭାଲୁ ଆକ୍ରମଣରେ ଅଖିଳଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଅଖିଳଙ୍କ ସହିତ ଯାଇଥିବା କିିଛି ଲୋକ ଚିକ୍ରାର କରିିବା ଆରମ୍ଭ କରି ଦେଇଥିଲେ ।
ଏତେ ଲୋକଙ୍କ ଚିକ୍ରାର ଶୁଣି ଭାଲୁ ସେଠାରୁ ଚାଲି ଯାଇଥିଲେ । ଗୁରୁତର ଅବସ୍ଥାରେ ଅଖିଳଙ୍କୁ ଗ୍ରାମବାସୀ ମାନେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେଲକୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣା ପଡିଛି ।