ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଯିଏ ଯେମିତି ପାରିଲେ ବୋହିନେଲେ । କିଏ ପ୍ୟାଣ୍ଟ ପକେଟରେ ପୂରାଇଲାଣି ତ’ ଆଉ କିଏ ବ୍ୟାଗ ଧରି ଧାଇଁଲେଣି । ବିଚ ରାସ୍ତାରେ ମଦଗାଡି ଦୁର୍ଘଟଣା ହେବା ପରେ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନରେ ଥିବା ତାରିଣି ଛକ ନିକଟରେ । ଟିକେ ନଜର ପକାନ୍ତୁ ସେହି ଦୃଶ୍ୟ ଉପରେ । କେମିତି ଲୋକମାନେ ମଦ ଉପରେ ଆଟାକ କରୁଛନ୍ତି ।
ରିପୋର୍ଟ ଅନୁସାରେ, ବାଲେଶ୍ୱରରୁ ଏହି ଗାଡି ମଦ ବୋଝେଇ କରି ଭଦ୍ରକ ଆସୁଥିଲା । ତେବେ କୌଣସି କାରଣ ବସତଃ ଭାରସାମ୍ୟ ହରାଇ ଗାଡିଟି ରାସ୍ତା ଉପରେ ଓଲଟି ପଡିଥିଲା । ବାସ ଏହାପରର ଦୃଶ୍ୟ ଆପଣଙ୍କ ଆଖି ସାମ୍ନାରେ । ଲୋକେ ଗାଡିଟିକୁ ରାସ୍ତାରୁ ହଟାଇବେ କ’ଣ ଆଗ ମଦ ବୋହିବାକୁ ଲାଗିଲେ । ଏକଥା ନୁହେଁ ଯେ, ପୁଲିସ ଏ ସମ୍ପର୍କରେ କିଛି ଜାଣିଲା ନାହିଁ । ବରଂ ପୁଲିସ ସାମ୍ନାରେ ହିଁ ଲୁଟ୍ ହୋଇଥିଲା ପେଟି ପେଟି ମଦ । ଏ ଦୃଶ୍ୟକୁ ବି ଟିକେ ଭଲଭାବେ ଦେଖନ୍ତୁ ପୁଲିସ ବାବୁ ବି ପଛରେ ନାହାନ୍ତି । ହାତରେ ବିୟର କ୍ୟାନ ଧରି ବ୍ରାଣ୍ଡ ଖୋଜୁଛନ୍ତି ।
ଅଭିଯୋଗ ହୋଇଛି ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଆସିଥିବା ପିସିଆର ଭ୍ୟାନ୍ର କେତେକ ତଳିଆ ପୁଲିସ କର୍ମଚାରୀ ଭରା ମଦ ବୋହିନେଇଛନ୍ତି । ଯେଉଁଠି ପୁଲିସ କର୍ମଚାରୀମାନେ ମଦ ପଛରେ ବାଇଆ ସେଠି ଲୋକଙ୍କ କଥା କହିବା ନିହାତି ଭାବେ ର୍ଦୁଭାଗ୍ୟଜନକ