ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଉଦଘାଟନ ପୂର୍ବରୁ ଆରମ୍ଭ ହେଲାଣି ବାଲିପୁଟ –ସାତକୋଶିଆ ଇକୋ- ରିଟ୍ରିଟର ବୁକିଂ । ଏ ପର୍ଯ୍ୟନ୍ତ ୫୦ ରୁ ଅଧିକ ପର୍ଯ୍ୟଟକ କଟେଜରେ ରାତ୍ରିଯାପନ କରିବା ପାଇଁ ବୁକିଂ କରି ସାରିଲେଣି । ଏଠାରେ ପର୍ଯ୍ୟଟକ ମାନେ ରାତ୍ରି ଯାପନ କରିବା ସହ ମହାନଦୀରେ ସୂଯୋସ୍ତ, ସୂଯୋଦୟ ଓ ବୋଟିଂର ଭରପୁର ମଜା ନେଇପାରିବେ ।
ଦିନେ ବା ଦୁଇ ଦିନ ପାଇଁ ବୁକିଂ କରିଥିବା ପର୍ଯ୍ୟଟକ ମାନେ ନରସିଂହପୁରର ପ୍ରସିଦ୍ଧ ଚମ୍ପେଶ୍ୱରର ଚମ୍ପାନାଥ ମନ୍ଦିର , ପ୍ରାଚୀନ ପୋଖରୀରେ ଥିବା କଇଁଛ ସହ ଓଲବରେ ଥିବା ଦେଓଝର ଜଳପ୍ରପାତ ମଧ୍ୟ ସେହି ପ୍ୟାକେଜ ମଧ୍ୟ ରେ ବୁଲିବାର ମଜା ନେଇପାରିବେ ।
ଏହାର ଉଦଘାଟନ ଚଳିତ ମାସ ୮ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କଦଫରେନ୍ସ ଦ୍ୱାରା କରିବେ । ଏହି ପର୍ଯ୍ୟଟନ ସ୍ଥଳୀରେ ବଣଭୋଜି କରିବା ପାଇଁ ପିଣ୍ଡି , ଓ ପିଇବା ପାଇଁ ପାଣି ଓ ବିଭିନ୍ନ ଆବଶ୍ୟକତା ଉପକରଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାର ସୈାନ୍ଦର୍ଯ୍ୟ ପାଇଁ ଜଳପ୍ରପାତରେ ପାର୍କ ତଥା ବିଭିନ୍ନ ବ୍ୟବସ୍ଥା ମଧ୍ୟ ରହିଛି ।
ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ କିପରି କରାଯିବ ଏ ନେଇ ବାଲିପୁଟ ଇକୋ ରିଟ୍ରଟ୍ ପାଖରେ ବିଭିନ୍ନ ପ୍ରକାର ହସ୍ତଶିଳ୍ପ , ଓ ସ୍ଥାନୀୟ ହସ୍ତକଳା ସାମଗ୍ରୀର ବିକ୍ରି କରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମାଣିଆ ବନ୍ଧ ଶାଢୀ , ଓ କାଠ ତିଆରି ସାମଗ୍ରୀ , ଖଲିପତ୍ର ସହ ବିଭିନ୍ନ ପ୍ରକାର ଷ୍ଟଲ ସବୁ ଖୋଲାଯିବାର ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଦେବୀ ପ୍ରସାଦ ମିଶ୍ର ସୁଚନା ଦେଇଛନ୍ତି ।