ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରବାସୀ ଓଡିଆ ମାନେ ଓଡିଶା ଆସିବା ପୂର୍ବରୁ କୋଭିଡ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦାବି କରିଛନ୍ତି । ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମନ୍ତ୍ରୀ ନବ ଦାସ ପ୍ରବାସୀ ଓଡିଆ ମାନେ ଓଡିଶା ଆସିବା ପୂର୍ବରୁ ଯେଉଁ ରାଜ୍ୟରୁ ଆସୁଛନ୍ତି ସେହି ରାଜ୍ୟ ସେମାନଙ୍କର କୋଭିଡ ପରୀକ୍ଷା କରାଇବାକୁ ଦାବି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏସଓପିରେ ଉଲ୍ଲେଖ ରହିଥିବା ପ୍ରବାସୀଙ୍କ ସ୍କ୍ରିନିଂ ବଦଳରେ କୋଭିଡ ପରୀକ୍ଷା କରାଇ ସାର୍ଟିଫିକେଟ ପ୍ରଦାନ କରିବାକୁ କହିଛନ୍ତି ମନ୍ତ୍ରୀ ନବ ଦାସ ।
ତେବେ ବର୍ତ୍ତମାନ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆ ମାନେ କରୋନା ପଜେଟିଭ ବାହାରୁଛନ୍ତି । ଯାହା ଦ୍ୱାରା ରଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଏହା ସହ ରାଜ୍ୟକୁ ଅଧିକ ପିପିଇ ସାମଗ୍ରୀ ଯୋଗାଇ ଦେବାକୁ ମନ୍ତ୍ରୀ ନବ ଦାସ ଦାବି କରିଛନ୍ତି । ସୂଚନା ଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ୬୩ ଜଣ ସୁସ୍ଥ ହୋଇ ଛନ୍ତି । ସେହିପରି ୨ ଜଣଙ୍କର ମୃତ୍ୟୁ ହୋଇଛି ।