ଖୋର୍ଦ୍ଧା(ଏଟିଆର ବ୍ୟୁରୋ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତେ କୋଭିଡ ନିୟମ ପାଳନ କରିବାର ଆବଶ୍ୟକ ରହିଛି ।ଏନେଇ ଆଶଙ୍କାରେ ଅଛନ୍ତି ରାଜ୍ୟବାସୀ ।ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିନା ଅନୁମତିରେ ଯାତ୍ରା ପରିବେଶଣ କରିଥିଲେ କଳାକାରମାନେ ।
ଅଭିଯୋଗ ହେବାପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ତହସିଲଦାର ଓ ଆଇଆଇସି ଯାତ୍ରା ବନ୍ଦ କରିଛନ୍ତି । ଯାତ୍ରା ବନ୍ଦ ପରେ ଯାତ୍ରା କଳାକାର ଓ ଆୟୋଜକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଯାତ୍ରା ପରିବେଶଣ କରିଥିବା ନାଟକକୁ ୨୦୦ ରୁ ଅଧିକ ଲୋକ ଦେଖିଥିବାର ଅଭିଯୋଗ ହୋଇଥିଲା ।ଅନ୍ୟପଟେ ବଜାରରେ ବିନା ମାସ୍କ ଓ ସାମାଜିକ ଦୂରତାରେ ଚାଲିଥିଲା ଯାତ୍ରା । କୋଭିଡ ନିୟମ ଉଲ୍ଲଂଘନ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପହଞ୍ଚି ଯାତ୍ରା ବନ୍ଦ କରିଛି ।