ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଡ୍ରାଇ ଫ୍ରୁଟସ୍ ମଧ୍ୟରେ କିସମିସ୍ ଅନ୍ୟତମ । ଅଧିକାଂଶ ଲୋକ ଏହାକୁ ଖାଇବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି । ଶରୀର ପାଇଁ କିସମିସ୍ ବହୁ୍ତ ଉପଯୋଗୀ ହୋଇଥାଏ । ସେହିପରି ଯଦି ଆମେ କିସମିସ୍ ପାଣି ବିଷୟରେ କହିବା ତେବେ ଏହାଦ୍ୱାରା ବି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ରୋଗରୁ ମୁକ୍ତି ମିଳିଥାଏ । ସେଥିପାଇଁ ପ୍ରତିଦିନ କିସମିସ୍ କୁ ପାଣିରେ ବିଛାଇ ରଖି ଦିଅନ୍ତୁ ଏବଂ ସକାଳୁ ଉଠି ସେହି ପାଣିକୁ ପିଅନ୍ତୁ । ତାପରେ ଏହାଦ୍ୱାରା ଆପଣଙ୍କ କି ପ୍ରକାରର ଲାଭ ହେଉଛି ତାହା ଆପଣ ଜାଣି ପାରିବେ ।
– ଦୃଷ୍ଟି ଶକ୍ତି ବଢିବ: କିସମିସ୍ ପାଣିରେ ଭିଟାମିନ୍ ଏ ଏବଂ ବିଟା କ୍ୟାରୋଟିନ୍ ଥାଏ, ଯାହା ଆଖି ପାଇଁ ବହୁତ ଉପଯୋଗୀ ତତ୍ୱ ହୋଇଥାଏ । ସେଥିପାଇଁ ପ୍ରତିଦିନ ସକାଳୁ କିସମିସ୍ ପାଣି ନିହାତି ଭାବେ ପିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ବଢିବ ।- ଥକାପଣ ଦୂର ହେବା: କିସମିସ୍ ପାଣିରେ ଆମିନୋ ଏସିଡ୍ ଥାଏ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ । ଏହାଦ୍ୱାରା ଥକାପଣ ବି ଦୂର ହୁଏ ।
– କୋଷ୍ଟକାଠିନ୍ୟ ଦୂର ହେବା: ପାଣିରେ କିସମିସ୍ ଫୁଲିବା ପରେ ପ୍ରାକୃତିକ ଲେକ୍ସାଟିବ୍ କାମ କରିଥାଏ । ନିୟମିତ ସକାଳୁ ଖାଲି ପେଟରେ କିସମିସ୍ ପାଣି ପିଇବା ଦ୍ୱାରା ପେଟ ସଫା ହୋଇଯାଇଥାଏ । ଏହାସହିତ କୋଷ୍ଟକାଠିନ୍ୟ ସମସ୍ୟା ଆଦି ଦୂର ହୋଇଥାଏ।
– ଏସିଡିଟି ସମସ୍ୟାରୁ ଆରାମ: କିସମିସ୍ ରେ ଥିବା ସାଲ୍ୟୁବଲ ଫାଇବର୍ସ ପେଟ ସଫା କରି ଗ୍ୟାସ ଏବଂ ଏସିଡିଟି ସମସ୍ୟାରୁ ଆରାମ ଦେଇଥାଏ ।
– କିଡନୀ ସୁସ୍ଥ ରହିବା: କିସମିସ୍ ପାଣିରେ ପୋଟାସିୟମ ଏବଂ ମ୍ୟାଗ୍ନେିସିୟମ ଭଳି ଭିନେରାଲସ ଥାଏ, ଯାହା ଶରୀରରୁ ଟକ୍ସିସ ବାହାର କରି କିଡନୀକୁ ସୁସ୍ଥ ରଖିବାର କାମ କରିଥାଏ ।
– ରକ୍ତ ଅଭାବ ଦୂର ହେବା: କିସମିସ୍ ପାଣିରେ ଆୟରନ୍, କପର ଏବଂ ବି କମ୍ପେ୍ଲକ୍ସ ଭରପୁର ମାତ୍ରାରେ ଥାଏ । ଏହା ରକ୍ତ ଅଭାବକୁ ଦୂର କରି ରକ୍ତ କଣିକାକୁ ସୁସ୍ଥ ରଖିଥାଏ ।
– କର୍କଟ ରୋଗରୁ ମୁକ୍ତ: କିସମିସ୍ ପାଣିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରର କଣିକାକୁ ସୁସ୍ଥ କରିବା ସହ କର୍କଟ ଭଳି ରୋଗରୁ ରକ୍ଷା କରିଥାଏ ।